ପୁରୀରୁ ୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୪ ବେପାରୀ ଗିରଫ

ପୁରୀ: ପୁରୀରୁ ଆଜି ପୁଣି ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଥିବାର ଖବର ମିଳିଛି। ଏହି ମାମଲାରେ ୪ ଆନ୍ତଜିଲ୍ଲା ବେପାରୀଙ୍କୁ ବି ଗିରଫ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପୁରୀ ସହରର  ବାସେଳି ଥାନାର ମାଟିତୋଟାରେ ଏସଟିଫ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ୩୫୬.୬୬ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ଏହାଛଡ଼ା ସେଠାରୁ ୪ ଆନ୍ତଜିଲ୍ଲା ବେପାରୀ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଫିରୋଜ ଖାନ୍, ପପୁ ପାଣ୍ଡେ, ଶେଖ୍ ଇଫତଖର୍ ଟୁଲ୍ଲା ଓ ଦୀପ୍ତି ରଂଜନ ଭୁଜବଳ। ଏନେଇ ଅଧିକ ତଦନ୍ତ ଚାଲିଛି।ସେମାନଙ୍କଠାରୁ ୩ଟି ଦୁଇଚକିଆ ଯାନ, ୪ଟି ମୋବାଇଲ୍ ଫୋନ୍, ଗୋଟିଏ ଓଜନ ମେସିନ୍ ଓ ନଗଦ ୧୭ ହଜାର ଟଙ୍କା ଜବତ କରାଯାଇଥିଲା।

ସୂଚନାଯୋଗ୍ୟ, ଚଳିତ ବର୍ଷ ଏଯାଏ ପୁରୀ ଜିଲ୍ଲାରୁ ୧୩୮୩ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ ହୋଇଥିବାର ସୂଚନା ମିଳିଛି, ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୪୦ ଲକ୍ଷ ଟଙ୍କା। ଏହି ମାମଲାରେ ୨୫ ଜଣଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର