କେନ୍ଦୁଝର: କେନ୍ଦୁଝର ଏନ୍ଏଚ୍-୨୦ର କୋଭିଡ ନିକଟରୁ ଏସ୍ଟିଏଫ୍ ୧ କେଜି ୮୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରିଛି। ଅଭିଯୁକ୍ତ ହେଲା କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ପୁରୁଣାବଜାର ଅଞ୍ଚଳର ପ୍ରଶାନ୍ତ ମାଝୀ। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଶଙ୍କରପୁରର ମୁନା ବାରିକ ଫେରାର ହୋଇଯାଇଛି। ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।
ଗତକାଲି ରାତି ପ୍ରାୟ ୯ଟାବେଳେ ମୁନା ଓ ପ୍ରଶାନ୍ତ ବ୍ରାଉନସୁଗାର ଧରି କାହାକୁ ଅପେକ୍ଷା କରିଥିଲେ। ଏହି ସମୟରେ ଏସ୍ଟିଏଫ୍ର ଅଧିକାରୀମାନେ ସେଠାରେ ପହଞ୍ଚି ଯାଇଥିଲେ। ସେମାନଙ୍କୁ ଦେଖି ଉଭୟ ଫେରାର ହେବାକୁ ଉଦ୍ୟମ କରିଥିଲେ। ପ୍ରଶାନ୍ତଙ୍କୁ ଏସ୍ଟିଏଫ୍ ଅଧିକାରୀମାନେ ମାଡ଼ି ବସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/Brown-Sugar-Sized-of-1.08-KG_Thumbnail.jpg)