୧ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଆଜି ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ଏହାର କାରବାରରେ ଜଡ଼ିତ ୫ଜଣଙ୍କୁ ଗିରଫ କରାଯାଇଛି ।

ଖୋର୍ଦ୍ଧା ସହର ଉପକଣ୍ଠ ପାନବରଜଠାରେ ଥିବା ଆର୍ଯ୍ୟବର୍ତ୍ତ ଆନସିଏଣ୍ଟ ଅକାଦମୀ ସ୍କୁଲ ନିକଟ ପଡ଼ିଆରେ ନିୟମିତ ଭାବେ ବ୍ରାଉନ୍ସୁଗାର କାରବାର ଚାଲୁଥିବା ସୂଚନା ପାଇ ଏସ୍ପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନିଦେ୍ର୍ଦଶରେ ଏସ୍ଡିପିଓ ଦିଲିପ କୁମାର ଦାସ ଓ ଟାଉନ ଥାନା ଆଇଆଇସି ତାରିକ ଅହମ୍ମଦଙ୍କ ନେତୃତ୍ୱରେ ଏସ୍ଆଇ ପଦ୍ମଲୋଚନ ବେହେରା, ଏଏସ୍ଆଇ ଏସ୍କେ ସାହୁ, ହାବିଲଦାର ଏକେ ସାମନ୍ତରାୟ, ବିକେ ପ୍ରତାପସିଂହ, କନଷ୍ଟେବଲ ପିକେ ହରିଚନ୍ଦନ, ଗୀତାଂଜଳି କେଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ଆଜି ଅପରାହ୍ଣରେ ଚଢ଼ଉ କରାଯାଇଥିଲା ।

ଚଢ଼ଉରେ ଖୋର୍ଦ୍ଧା ଟାଉନ ଥାନା ଅଧୀନ କଲ୍ୟାଣପୁରର ସନ୍ତୋଷ କୁମାର ରାଉତରାୟ ଓରଫ ସନ୍ତୁ (୪୦), ପାନବରଜ ମୁସଲିମସାହିର ସେକ୍ ତାଲିମ (୩୪) ଓ ସେନ୍ ନସିମ ଓରଫ ବାବୁଲୁ (୩୦), ଜରିପୁଟର ମାନସ ପ୍ରଧାନ (୨୬), ଟାଙ୍ଗୀ  ଦେଉଳସାହି ହରିପୁର ଶାସନର ବଟକୃଷ୍ଣ ମହାରଣା ଓରଫ ବୁଟୁ (୩୨)କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୧୦ ଗ୍ରାମ ବ୍ରାଉନ୍ସୁଗାର ଓ ଦୁଇଟି ମୋଟର ସାଇକଲ (ଓଡି ୦୨ ଏଆର୍ ୩୫୦୮ ଓ ଓଡି ୩୩ ଜେ ୩୨୪୨)ଜବତ କରାଯାଇଛି । ଏନେଇ ନଂ.୫୮୫/୨୦୨୨ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇଆଇସି ଅହମ୍ମଦ କହିଛନ୍ତି ।

ସମ୍ବନ୍ଧିତ ଖବର