ଭୁବନେଶ୍ବର: ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ହାବେଳିପଡ଼ିଆରୁ କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଆଜି ୧୧୫୦ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରିଛି। ଏହି ଧଳା ଜହରକୁ ଯେଉଁ ଯୁବକ ପାଖରୁ ଜବତ ହୋଇଛି, ସେ ଯଦି ଏହାକୁ ଚାଲାଣ କରିଥାନ୍ତା, ତେବେ କୋଟିଏରୁ ଅଧିକ ଟଙ୍କା ପାଇଥାନ୍ତା। ମାତ୍ର ବେଆଇନ ଭାବେ ସେ ବ୍ରାଉନ୍ସୁଗାରକୁ ଚାଲାଣ କରିବା ପୂର୍ବରୁ ଧରାପଡ଼ି ଯାଇଛି। ଏସ୍ଟିଏଫ୍ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତ ହେଲା ସିର୍ଦ୍ଧାର୍ଥ ନାୟକ ଓରଫ ସିଦ୍ଧୁ (୨୩)।
ସୂଚନା ଅନୁସାରେ, ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଏସ୍ଟିଏଫ୍ ଗତକାଲି କମନବର ହରିଜନ ସାହି ଅଞ୍ଚଳର ହାବେଳିପଡ଼ିଆରେ ଅତର୍କିତ ଭାବେ ଚଢ଼ଉ କରିଥିଲା। ଚଢ଼ଉବେଳେ ସିଦ୍ଧାର୍ଥ ପାଖରୁ ୧କେଜି ୧୫୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଥିଲା। ଏହା ସହିତ ଏକ ଦାମୀ ବାଇକ୍ ଓ ଅନ୍ୟ କିଛି ସାମଗ୍ରୀ ମଧ୍ୟ ଏସ୍ଟିଏଫ୍ ଜବତ କରିଥିଲା। ଏସ୍ଟିଏଫ୍ ପକ୍ଷରୁ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ, ୨୦୨୦ ମସିହାରୁ ଏସ୍ଟିଏଫ୍ ପକ୍ଷରୁ ବେଆଇନ ନିଶା କାରବାର ବିରୋଧରେ ଅଭିଯାନ ଜାରି ରହିଛି। ଏହାରି ମଧ୍ୟରେ ଏସ୍ଟିଏଫ୍ ଏପର୍ଯ୍ୟନ୍ତ ୫୯ କିଲୋ ବ୍ରାଉନସୁଗର/ହେରୋଇନ, ୨୦୨ ଗ୍ରାମ କୋକେନ, ୧୧୧ କ୍ୱିଣ୍ଟାଲ ଗଞ୍ଜେଇ ଓ ୭୫୦ ଗ୍ରାମ ଅଫିମ ଜବତ କରିଛି। ଏସବୁ ମାମଲାରେ ମୋଟ ୧୬୦ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/a905852d-8162-4c94-b433-20e7dc103c73.jpg)