ଲକ୍ଷେ ଟଙ୍କାର ବ୍ରାଉନ୍ସୁଗାର ଜବତ, ଜଣେ ମହିଳାଙ୍କ ସମେତ ୨ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଆଜି ୧ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ୍ସୁଗାର ଜବତ କରାଯିବା ସହ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି ।

ଖୋର୍ଦ୍ଧା ଟାଉନ୍ ଥାନାର ଭାରପ୍ରାପ୍ତ ଅଧିକାରୀ ଡିଏସ୍ପି ସଂଜୟ କୁମାର ପଟ୍ଟନାୟକଙ୍କ ସୂଚନାନୁସାରେ, ଆଜି ସକାଳେ ବିଶ୍ୱସ୍ତସୂତ୍ରରୁ ସୂଚନା ପାଇଁ ଇନ୍ସପେକ୍ଟର ରଶ୍ମୀରଂଜନ ଦାସଙ୍କ ନେତୃତ୍ୱରେ  ଏସ୍ଆଇ ସସ୍ମିତା ବେହେରା, ଅନ୍ୟ ପୁଲିସ କର୍ମଚାରୀ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ ଟିମ୍ ଠେଙ୍ଗାହାଟ ସ୍ୱପ୍ନେଶ୍ୱର ସାହିରେ ପଂଚୁ ସାହୁଙ୍କ ଘରେ ଚଢ଼ଉ କରିଥିଲେ । ଚଢ଼ଉରେ ୧୦ ଗ୍ରାମ ବ୍ରାଉନ୍ସୁଗାର ଓ ପ୍ୟାକେଟ କରି ବିକ୍ରି କରିବା ନିମନ୍ତେ ଅନ୍ୟ ସାମଗ୍ରୀ ଜବତ ହୋଇଥିଲା ।

ଏହା ସହ ବିକ୍ରିଲବ୍ଧ ୨୫ହଜାର ୪୩୦ଟଙ୍କା ମିଳିଥିଲା । ଏହି ମାମଲାରେ ପଂଚୁ ସାହୁ (୫୮) ଓ ତାଙ୍କ ପତ୍ନୀ ସତ୍ୟଭାମା ସାହୁ (୫୨)ଙ୍କୁ ଗିରଫ କରାଯାଇ ୩୫୭/୨୦୨୨ରେ ମାମଲା ରୁଜୁ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି । ମାମଲାର ଅଧିକ ତଦନ୍ତ ପାଇଁ ଏସ୍ଆଇ ସୁନୀତା ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧିତ ଖବର