୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୨ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ କରାଯିବା ସହ ଏହି ମାମଲାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି ।

ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ସୂଚନାନୁସାରେ, ଗୁଇନ୍ଦା ସୂତ୍ରରୁ ସୂଚନା ପାଇଁ ଅବକାରୀ ଏସ୍ପି ଓ ଜିଲ୍ଲାପାଳଙ୍କ ନିଦେ୍ର୍ଦଶାନୁସାରେ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର ରାଜଶେଖର ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରିଥିଲା । କୃଷି ବିଭାଗ କାର୍ଯ୍ୟାଳୟ ନିକଟ ରାସ୍ତାରେ କିରଣପଡ଼ା ଡମସାହିର ଜାନକୀ ଗୁଣ୍ଠା (୪୨) ନାମକ ଜଣେ ମହିଳାଙ୍କୁ ଧରିଥିଲେ । ସେ ବ୍ରାଉନ୍ସୁଗାର ବିକ୍ରି କରିବାକୁ ଅପେକ୍ଷା କରିଥିଲେ । ତାଙ୍କ ନିକଟରୁ ୨୧ ଗ୍ରାମ ବ୍ରାଉନସୁଗାର ଓ ବିକ୍ରି ଲବ୍ଧ ୯୫୦୦ଟଙ୍କା ଜବତ କରାଯାଇଥିଲା । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ଲକ୍ଷ ୧୦ହଜାର ଟଙ୍କା ହେବ । ଅଭିଯୁକ୍ତଙ୍କ ବିରୋଧରେ ୫୩/୨୦୨୨ରେ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର