ଚାଲାଣ ପୂର୍ବରୁ ୨୮ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ ଗିରଫ

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଅବକାରୀ ଥାନା ଓ ଜଳେଶ୍ଵର ସେଟଲାଇଟ ଅବକାରୀ ୟୁନିଟ ତରଫରୁ ଆଜି ଅପରାହ୍ନରେ ୧୬ ନମ୍ବର ଜାତୀୟ ରାଜପଥର ଚାଳନ୍ତି ନିକଟରେ ପୃଥକ ପୃଥକ ଚଢ଼ାଉ ସମୟରେ ୨୮୦ ବ୍ରାଉନସୁଗର ଜବତ କରାଯାଇଛି। ଜବତ ବ୍ରାଉନସୁଗରର ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ସୂଚନା ଅନୁସାରେ ଜଳେଶ୍ଵର ଅବକାରୀ ଥାନା ଅଧିକାରୀ ଦେବେନ୍ଦ୍ର ବେହେରା ଓ ସେଟଲାଇଟ ୟୁନିଟ ର ଓଆଇସି ଅଭିରାମ ସାହୁଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ ଆଜି ଅପରାହ୍ନରେ ୧୬ ନମ୍ବର ଜାତୀୟ ରାଜପଥର ଚାଳନ୍ତି ନିକଟରେ ଚଢ଼ଉ କରିଥିଲେ। ପୃଥକ ପୃଥକ ଭାବେ ହୋଇଥିବା ଏହି ଚଢ଼ାଉ ସମୟରେ ଦୁଇ ଅଭିଯୁକ୍ତଙ୍କ ଠାରୁ ୨୮୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଗିରଫ ଦୁଇ ଅଭିଯୁକ୍ତ ହେଲେ ବସ୍ତା ଥାନା ଦରଡା ଗ୍ରାମର ଅଶୋକ ବିଶ୍ବାଳ ଓ ପଦ୍ମଲୋଚନ ତରାଇ।

ସେହିପରି ଏହି ଘଟଣାରେ ଓଡି୦୧ଜେଡ-୧୪୩୮ ନମ୍ବରର ଏକ ବଜାଜ ପଲସର ବାଇକ ଜବତ ହୋଇଛି। ଅନ୍ୟପକ୍ଷରେ ମୟୁରଭଞ୍ଜ ଜିଲ୍ଲା ଗୋବିନ୍ଦପୁର ଗ୍ରାମର ରାଜୁ ଟୁଡୁ ଓ ରଘୁଆ ମାରାଣ୍ଡିଙ୍କ ଠାରୁ ଏକ ବାଇକ ସହ ୧୯୦ ଲିଟର ଦେଶୀ ରନ୍ଧା ପଶ୍ଚିମବଙ୍ଗ ମହୁଲି ମଦ ମଧ୍ୟ ଜବତ ହୋଇଛି। ଏନେଇ ଅବକାରୀ ଥାନା ଓ ସେଟଲାଇଟ ୟୁନିଟ ରେ ୩ ଟି ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର