ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୮ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିବା ସହ ଏହି ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଖୋର୍ଦ୍ଧା ଅବକାରୀ ନିରୀକ୍ଷକ ଭୈରବ ସାହୁଙ୍କ ସୂଚନାନୁସାରେ, ଆଜି ମଧ୍ୟାହ୍ ପ୍ରାୟ ସାଢ଼େ ୧୨ଟା ବେଳେ ଗୁଇନ୍ଦା ସୂଚନା ଆଧାରରେ ଅବକାରୀ ବିଭାଗର ଏକ ଟିମ୍ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ ନାରାୟଣନଗରର ପ୍ରଫୁଲ୍ଲ କୁମାର ନାୟକ ଓରଫ ଟୁନା (୫୨)ବର୍ଷକୁ ଧରିଥିଲା । ଯାଂଚ ସମୟରେ ତା’ ନିକଟରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କା ହେବ । ଏନେଇ ବେଆଇନ ନିଶାଦ୍ରବ୍ୟ କାରବାର ଆଇନରେ ୧୦୮/୨୦୨୨ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ଉରେ ଜିଲ୍ଲା ଭ୍ରାମ୍ୟମାଣ ୟୁନିଟ୍ର ଏସ୍ଆଇ ବି ମନୋଜ କୁମାର, ବେଗୁନିଆ ଓଆଇସି ରଜେନ୍ଦ୍ର ସେସ, ଖୋର୍ଦ୍ଧା ଓଆଇସି ରଂଜନ ଦାସଙ୍କ ସମେତ ଭ୍ରାମ୍ୟମାଣ ୟୁନିଟ, ଖୋର୍ଦ୍ଧା ଓ ବେଗୁନିଆ ଅବକାରୀ ଥାନାର କର୍ମଚାରୀମାନେ ଯୋଗ ଦେଇଥିଲେ ।
୮ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
/sambad/media/post_attachments/wp-content/uploads/2022/12/d7a0afa0-ddac-4cc7-aa35-6efa53790f40.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)