ଜଗତସିଂହପୁର: ଜଗତସିଂହପୁର ଥାନା ଜାହାନପୁରରେ ଗୁରୁବାର ସକାଳୁ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଦାଦା ପୁତୁରାଙ୍କୁ ହାଣି ହତ୍ୟା କରିଛନ୍ତି।
ମୃତକ ହେଉଛନ୍ତି ଜାହାନପୁର ଭୋଇ ସାହିର ରାଜା ଦାସ(୨୧) । ଆକ୍ରମଣକାରୀ ହେଉଛନ୍ତି ଦାଦା ସଞ୍ଜୟ ଦାସ(୪୫)। ସଞ୍ଜୟକୁ କାବୁ କରି ସ୍ଥାନୀୟ ଲୋକ ନିସ୍ତୁକ ମାଡ଼ ମାରିବା ପରେ ଗଛରେ ବାନ୍ଧି ଦେଇଥିଲେ।
ଖବର ପାଇ ଜଗତସିଂହପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସଞ୍ଜୟଙ୍କୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛି।
ଅଧିକ ପଢ଼ନ୍ତୁ: ରଥଯାତ୍ରାରେ ଦଳାଚକଟା ଭଳି ସ୍ଥିତି: ସାକ୍ଷୀଙ୍କ ସାକ୍ଷ୍ୟ ରେକର୍ଡ କରିବେ ଅନୁ ଗର୍ଗ
ଏହା ପରେ ଅଭିଯୁକ୍ତକୁ ଚିକିତ୍ସା ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି ।
ଅଧିକ ପଢ଼ନ୍ତୁ: ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ସଂକଟ ନାହିଁ: ଯୋଗାଣ ମନ୍ତ୍ରୀ
Jagatsinghpur | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/10/brutal-murder-in-jahanpur-uncle-kills-nephew-2025-07-10-12-04-50.jpg)