କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତ ବର୍ଷ ପ୍ରଥମ ଥର ଆରମ୍ଭ ହୋଇଥିବା ନବମ ଶ୍ରେଣୀ ଧନ୍ଦାମୂଳକ ପରୀକ୍ଷା ପାଇଁ ଆସନ୍ତା ୧୦ ତାରିଖ ସକାଳ ୮ଟାରୁ ୧୯ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଅନ୍ଲାଇନ୍ରେ ଫର୍ମ ପୂରଣ କରାଯିବ। ଫର୍ମ ପୂରଣ ସମ୍ପର୍କିତ ସମସ୍ତ ନିର୍ଦ୍ଦେଶାବଳୀର ଲିଙ୍କ୍ ବୋର୍ଡର ନିଜସ୍ୱ ଓ୍ଵବସାଇଟ୍ www.bseodisha.ac.in ରେ ଉପଲବ୍ଧ। ଏହି ଧନ୍ଦାମୂଳକ ଶିକ୍ଷା ତୃତୀୟ ଭାଷା (ଟିଏଲ୍ଏଚ୍/ଟିଏଲ୍ଏସ୍) ପରୀକ୍ଷା ବଦଳରେ କରାଯିବ। ଏପର୍ଯ୍ୟନ୍ତ ଓଡ଼ିଶାର ୩୧୪ଟି ହାଇସ୍କୁଲ୍ରେ ଏହି ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ପରିଚାଳିତ ହେଉଛି। ଧନ୍ଦାମୂଳକର ଥିଓରୀ ପରୀକ୍ଷା ମାଟ୍ରିକ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ମାର୍ଚ୍ଚ ୩ ତାରିଖ ସକାଳ ୯ରୁ ୧୦ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୪ରୁ ୨୦ ତାରିଖ ମଧ୍ୟରେ କୌଣସି ଗୋଟିଏ ଦିନରେ ନିଜ ସ୍କୁଲ୍ରେ ଅନୁଷ୍ଠିତ ହେବ। ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଜଣେ ଏକ୍ସଟର୍ନାଲ ସଂପୃକ୍ତ ସ୍କୁଲ୍ରେ ପରୀକ୍ଷା ବ୍ୟବସ୍ଥା ତଦାରଖ କରିବେ ବୋଲି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି।
ନବମଶ୍ରେଣୀ ଧନ୍ଦାମୂଳକ ପରୀକ୍ଷା ପାଇଁ ଫର୍ମପୂରଣ ୧୦ରୁ
/sambad/media/post_attachments/wp-content/uploads/2018/01/bse.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)