ଓପନ୍‌ ସ୍କୁଲରେ ୪୧.୯୩%, ମଧ୍ୟମାରେ ୯୨.୪୭ % ପାସ୍‌

କଟକ : ଚଳିତ ବର୍ଷ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଓପନ୍‌ ସ୍କୁଲ୍‌) ପରୀକ୍ଷା ପାଇଁ ୧୩ ହଜାର ୯୭୮ଜଣ ଫର୍ମ ପୂରଣ କରିଥିବା ବେଳେ ରାଜ୍ୟର ୧୦୧ଟି ପରୀକ୍ଷା କେନ୍ଦ୍ରରେ ୧୩ହଜାର ୩୮୭ଜଣ ପରୀକ୍ଷା ଦେଇଥିଲେ। ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୫୯୧ଜଣ ଅନୁପସ୍ଥିତ ରହିଥିବା ବେଳେ ୩୯୮ଜଣ ମାଲପ୍ରାକ୍ଟିସ୍‌ ହୋଇଥିଲେ। ଆଜି ୧୩ ହଜାର ୭ଜଣ ପ୍ରାର୍ଥୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି। ସେଥିରୁ ୫ ହଜାର ୪୧୪ ଜଣ ପାସ୍‌ କରିଛନ୍ତି। ଚଳିତ ବର୍ଷ ଏହି ପରୀକ୍ଷା ପାସ୍‌ ହାର ୪୧.୯୩ ରହିଛି। ଏ-୧, ଏ-୨ ଗ୍ରେଡ୍‌ରେ କେହି ନଥିବା ବେଳେ ବି-୧ରେ ୯୭ଜଣ ଓ ବି-୨ରେ ୮୨୪ଜଣ ପାସ୍‌ କରିଛନ୍ତି।

ସେହିପରି ମଧ୍ୟମା (ସଂସ୍କୃତ ଟୋଲ୍‌) ପରୀକ୍ଷା ପାଇଁ ୩ ହଜାର ୯୫୯ଜଣ ଫର୍ମ ପୂରଣ କରିଥିବା ବେଳେ ୪୮୪ଜଣ ପରୀକ୍ଷା ଦେଇ ନଥିଲେ। ସେମାନଙ୍କ ମଧ୍ୟରୁ ୩ ହଜାର ୧୮୧ ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ୯୨.୪୭ ପ୍ରତିଶତ ରହିଛି। ମଧ୍ୟମାରେ ୩୫ ଜଣ ପରୀକ୍ଷାର୍ଥୀ କପି କରି ଧରା ପଡିବା ସହ ମାଲପ୍ରାକ୍ଟିସ୍‌ ହୋଇଛନ୍ତି।

ମଧ୍ୟମା ପରୀକ୍ଷାଫଳରେ କୌଣସି ତ୍ରୁଟି ଥିଲେ ମେ’ ୧୦ରୁ ୨୫ ତାରିଖ ମଧ୍ୟରେ ଉଭୟ ଅନ୍‌ ଲାଇନ୍‌ ଓ ଅଫ୍‌ ଲାଇନରେ ଆବେଦନ କରିହେବ। ଓପନ୍‌ ସ୍କୁଲ୍‌ ପରୀକ୍ଷା ଅକ୍ଟୋବର ମାସରେ ଅନୁଷ୍ଠିତ ହେବ। ଓପନ୍‌ ସ୍କୁଲ୍‌ ପରୀକ୍ଷାରେ ଓଏମ୍‌ଆର୍‌ ବ୍ୟବସ୍ଥା ରହିବ ନାହିଁ ବୋଲି ବୋର୍ଡ ସଭାପତି ଡକ୍ଟର ଜାହାନ୍‌ ଆରା ବେଗମ୍‌ କହିଛନ୍ତି।

ସମ୍ବନ୍ଧିତ ଖବର