କଟକ : ମାଧୢମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ୨୦୧୮ ନବମ ଶ୍ରେଣୀ ଧନ୍ଦାମୂଳକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏହି ପରୀକ୍ଷା ପାଇଁ ରାଜ୍ୟର ୩୧୩ଟି ସ୍କୁଲର ନବମ ଶ୍ରେଣୀରେ ପଢ଼ୁଥିବା ୧୩ହଜାର ୯୮୯ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ ୧୩ହଜାର ୭୭୭ଜଣ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷାରେ ୨୧୨ଜଣ ଅନୁପସ୍ଥିତ ଥିଲେ। ପରୀକ୍ଷା ଦେଇଥିବା ୧୩ହଜାର ୭୭୭ଜଣଙ୍କ ମଧୢରୁ ୧୩ହଜାର ୩୮୦ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ବ୍ୟାଙ୍କିଙ୍ଗ ଫାଇନାନ୍ସ ସର୍ଭିସ୍ ଆଣ୍ଡ ଇନସ୍ୟୁରାନ୍ସରେ ୧୪୬୪ ଜଣ, ଇନ୍ଫରମେସନ ଟେକ୍ନୋଲୋଜିରେ ୭୩୭୦ ଜଣ, ଟ୍ରାଭେଲ୍ ଆଣ୍ତ୍ ଟୁରିଜିମ୍ରେ ୩୬୪୯ଜଣ, ରିଟେଲ୍ ମାର୍କେଟି˚ରେ ୯୮୧ଜଣ, ବିୟୁଟି ଆଣ୍ତ୍ େଵଲ୍ନେସ୍ରେ ୫୦ଜଣ, ହେଲ୍ଥ କେୟାରରେ ୪୭୫ଜଣ ଫର୍ମପୂରଣ କରିଥିଲେ। ଏହି ପରୀକ୍ଷା ଚଳିତବର୍ଷ ମାର୍ଚ ୭ତାରିଖରେ ଅନୁଷ୍ଠିତ ହୋଇଥିଲା। ଆଜି ବୋର୍ଡ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଏହାର ଫଳ ପ୍ରକାଶ ପାଇଥିବା ବେଳେ ପରୀକ୍ଷାର ସାମଗ୍ରିକ ପାସ୍ ହାର୍ ୯୭.୧୧ ପ୍ରତିଶତ ରହିଛି। ପରୀକ୍ଷାଫଳ ବୋର୍ଡର େଵବ୍ସାଇଟ୍ www.bseodisha.ac.in ରେ ଉପଲବ୍ଧ ହେଉଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶ ପାଇଲା ନବମ ଶ୍ରେଣୀ ଧନ୍ଦାମୂଳକ ପରୀକ୍ଷା ଫଳ : ପାସ୍ ହାର ୯୭.୧୧ ପ୍ରତିଶତ
/sambad/media/post_attachments/wp-content/uploads/2018/10/bse-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)