କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ମୃତ୍ୟୁ ଜାଲ ବିଛାଇଥିଲା ମାଓବାଦୀ। ଆଜି ଜଲାପୁଟ ବିଏସଏଫ୍ ପକ୍ଷରୁ ଆଜି ଏହି ଜଙ୍ଘଲରୁ ଦୁଇଟି ଆଇଇଡି ଜବତ ହୋଇ ନିଷ୍କ୍ରିୟ କରାଯାଇଛି। ତେବେ ଏହି ଆଇଇଡିକୁ ବର୍ଷେର ତଳେ ମାଓବାଦୀମାନେ ଖଞ୍ଜିଥିବା ଜଣାଯାଇଛି। ଆଜି ସକାଳ ପ୍ରାୟ ୧୧ଟାରେ ଇନସପେକ୍ଟର ମୁକେଶ କୌଶିକ ଓ ତାଙ୍କ ଟିମ୍ ବିଶେଷସୁତ୍ରରୁ ଏନେଇ ସୂଚନା ପାଇଥିଲେ। ସନ୍ଧାନୀ କୁକୁର ନେଇ ତନାଘନା କରିବା ପରେ ଦୁଇଟି ଆଇଡି (ବିସ୍ଫୋରକ ସାମଗ୍ରୀ) ମିଳିଥିଲା। ଏହାକୁ ନିଷ୍କ୍ରିୟ କରାଯାଇଛି। ଏହି ଜଙ୍ଗଲରେ ଆଉ କେଉଁଠି ଲାଗିଛି କି ନାହିଁ ତାହାର ତଦନ୍ତ ଚାଲିଥିବା ଜଣାପଡିଛି।
ମୃତ୍ୟୁ ଯନ୍ତା ବିଛାଇଥିଲେ ମାଓବାଦୀ; ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍
/sambad/media/post_attachments/wp-content/uploads/2022/09/IMG-20220924-WA0029.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)