ବିଏସଏଫ୍ ଯବାନଙ୍କ ଆତ୍ମହତ୍ୟା: ସର୍ଭିସ ବନ୍ଧକରୁ ଗୁଳି ଫୁଟାଇ ଗୁରୁତର ହୋଇ ଡାକ୍ତରଖାନାରେ ଚାଲିଗଲା ଜୀବନ 

ଲମତାପୁଟ: ସର୍ଭିସ ବନ୍ଧକରୁ ଗୁଳି ଫୁଟାଇ ଯବାନ ଆତ୍ମହତ୍ୟା କରିଥିବାର ଖବର ମିଳିଛି। ଜଲାପୁଟସ୍ଥିତ ବି.ଏସ.ଏଫ୍ ୧୫ ବାଟାଲିୟନର ଯବାନ ଇନ୍ଦ୍ରଜିତ ସିଂହ(୨୭)ଙ୍କ ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ, ଆଜି ସକାଳ ସମୟରେ ଜଲାପୁଟସ୍ଥିତ ୧୫ ବି.ଏସ.ଏଫ୍ ବାଟାଲିୟନର ଯବାନ ଇନ୍ଦ୍ରଜିତ ସିଂହ ନିଜ ରିଭଲଭରରେ ଗୁଳିକରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଲମତାପୁଟ ଆଶାକିରଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ଇନ୍ଦ୍ରଜିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଇନ୍ଦ୍ରଜିତ ସିଂହ ରାଜସ୍ଥାନର ବୋଲି ଜଣାପଡ଼ିଥିବା ବେଳେ ସେ ଗତ ସପ୍ତାହରେ ଛୁଟିରେ ନିଜ ଗାଁକୁ ଯାଇ ଗୁରୁବାର ଦିନ ଜଲାପୁଟ କ୍ୟାମ୍ପକୁ ଫେରୁଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ କାରଣ ଅସ୍ପଷ୍ଟ ଥିବା ବେଳେ କେଉଁ କାରଣରୁ ଇନ୍ଦ୍ରଜିତ ସିଂହ ଆତ୍ମହତ୍ୟା କରିଛନ୍ତି, ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର