ଡିସେମ୍ବରରେ ଅବସର ନେଇଥାନ୍ତେ ବିଏସ୍ଏ‌ଫ୍ ଯବାନ, ଶୌଚାଳୟରେ ଦଉଡ଼ି ଲଗାଇ କଲେ ଆତ୍ମହତ୍ୟା

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଏସ୍ଏ‌ଫ୍ କ୍ୟାମ୍ପ ୧୫୫ ବାଟାଲିଆନର ଜଣେ ଯବାନ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା କରିଥିବା ଯବାନଙ୍କ ନାଁ ଆଫେସ କୁମାର ବରିହା (୪୪ )। ତାଙ୍କ ଘର ଗୁଜୁରାଟ୍ ରାଜ୍ୟ ବୋଲି ଜଣାପଡିଛି। ଆସନ୍ତା ଜାନୁଆରି ମାସରେ ସେ ଚାକିରିରୁ ଅବସର ନେଇଥାନ୍ତେ ବୋଲି ସାଥି ଯବାନ ମାନେ ପ୍ରକାଶ କରିଛନ୍ତି। ଖବର ନେବାରେ ଜଣା ପଡିଛିକି କୌଣସି କାରଣ ବସତଃ କ୍ୟାମ୍ପ ଭିତରେ ଥିବାଏକ ଅବ୍ୟବହୃତ ଶୌଚାଳୟରେ ସେ ଆଜି ଦଉଡି ଲଗାଇ ଝୁଲି ପଡିଥିଲେ। କିଛି ସମୟ ପରେ ଏହା ଦେଖି ଅନ୍ୟ ଯବାନ ମାନେ ତାଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି  କରାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୁଧବାର ତାଙ୍କର ଶବ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି। ଖବର ପାଇ ଲକ୍ଷ୍ମୀପୁର ଆଇଆଇସି ଗୌରହରି ସାହୁ ଘଟଣାସ୍ଥଳରେ ପହଁଚି ତଦନ୍ତ କରିବା ସହ ଏକ ମାମଲା ରୁଜୁ କରାଯାଇଥିବା କହିଛନ୍ତି। କେଉଁ କାରଣରୁ ଯବାନ ଜଣକ ଆତ୍ମହତ୍ୟା କରିଛନ୍ତି ବର୍ତ୍ତମାନ ସୁଧା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର