ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ପୋଡାଘାଟ ଠାରେ ଥିବା ଆଦର୍ଶ ବିଦ୍ୟାଳୟରେ ସ୍ଥାନୀୟ ୧୫୧ ବିଏସଏଫ ବାଟାଲିୟନ ତରଫରୁ ଜାତୀୟ ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଏସଏଫ କମାଣ୍ଡାଣ୍ଟ ଯଶବନ୍ତ ସାମଲଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ରଂଜିତ ନାୟକ ଏବଂ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସୁରକ୍ଷା ସଂପର୍କରେ ବିଏସଏଫ କମାଣ୍ଡାଣ୍ଟ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ଆମକୁ ଜାତୀୟ ସୁରକ୍ଷା ପାଇଁ କଣ କଣ କରିବା ଦରକାର ଏବଂ ଆଗକୁ ଆମର କର୍ତ୍ତବ୍ୟ କଣ ହେବ ସେନେଇ ପିଲାଙ୍କୁ ବୁଝାଇଥିଲେ।
/sambad/media/post_attachments/wp-content/uploads/2022/06/MKg-national-secutity-day-1.jpg)
ମାଲକାନଗିରି ଜିଲ୍ଲାରେ ବିଏସଏଫ ଅବସ୍ଥାପିତ ହେବା ପରେ ଜିଲ୍ଲାରେ ଶାନ୍ତି ଫେରିବା ଜାତୀୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ବୋଲି କୁହାଯାଇଥିଲା। ଆଜି ଏଠାରେ ଲୋକେ ସୁଖଶାନ୍ତିରେ ରହିବା ସହ ଲୋକେ ନିଜ ଇଛାରେ ବୁଲି ପାରୁଛନ୍ତି। ଯଦି ଦଶ ବର୍ଷ ତଳକୁ ଫେରିଯିବା ତେବେ ଲୋକେ ଏଠାରୁ ଆଦୌ ସୁରକ୍ଷିତ ନଥିଲେ। ନକ୍ସଲ ଏଠାରେ ଦିନ ଦ୍ବିପହରରେ ଅପହରଣ କରିବା ସହ ହତ୍ୟା କରୁଥିଲେ। ଦେଶ ବଂଚିଲେ ଆମେ ବଞ୍ଚିବା। ତେଣୁ ଆମ ସମସ୍ତଙ୍କର କର୍ତ୍ତବ୍ୟ ଏକ ହେଉ ବୋଲି କୁହାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/MKg-national-secutity-day-3.jpg)