ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକର ବିଏସ୍ଏଫ୍ ଟନେଲ କ୍ୟାମ୍ପ ନିକଟରେ ଜଣେ ଅଜଣା ବ୍ୟକ୍ତି ମଟର ସାଇକେଲରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଯାହାଫଳରେ ସେ ଆହତ ହୋଇ ରାସ୍ତା ଉପରେ ପଡି ରହିଥିଲେ। ତେବେ ନିକଟରେ ଥିବା ୮୮ ବିଏସ୍ଏଫ୍ ବାଟାଲିନୟର ଯବାନ ଏହି ଦୁର୍ଘଟଣା ଦେଖିବା ପରେ କମ୍ପାନି କମାଣ୍ଡରଙ୍କୁ ଜଣାଇଥିଲେ। ତୁରନ୍ତ କମ୍ପାନି କମାଣ୍ଡର ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ନିର୍ଦେଶ ଦେଇଥିଲେ।
ବ୍ୟକ୍ତିଙ୍କର ଗୋଡ ଏବଂ ହାତରେ ପ୍ରବଳ ମାଡ ବାଜିଥିଲା ଏବଂ ରକ୍ତସ୍ରାବ ହେଉଥିଲା। ତୁରନ୍ତ ବିଏସଏଫ କ୍ୟାମ୍ପରେ ଥିବା ନର୍ସିଂ ଷ୍ଟାଫ ପହଞ୍ଚି ଅଜଣା ବ୍ୟକ୍ତିଙ୍କୁ କ୍ୟାମ୍ପରେ ନେଇ ମାଡ ବାଜିଥିବା ସ୍ଥାନକୁ ପ୍ରଥମେ ଧୋଇବା ସହ ଔଷଧ ଲଗାଇ ଦେଇଥିଲେ। ପରେ ବ୍ୟାଣ୍ଡଜ କରି ବ୍ୟକ୍ତି ଜଣକ ସୁସ୍ଥ ହେବା ପର୍ଯ୍ୟନ୍ତ ନିଜ ପାଖେ ରଖିଥିଲେ। ବ୍ୟକ୍ତି ଜଣକ ସୁସ୍ଥ ଅନୁଭବ କରୁଥିବା କହିବା ପରେ ତାକୁ ଘରକୁ ଯିବାକୁ କହିଥିଲେ।
ତେବେ ଯବାନ ଏଭଳି ମାନବିକତା ଦେଖାଇଥିବାରୁ ବ୍ୟକ୍ତି ଜଣକ ଗଲାବେଳେ ପ୍ରଶଂସା କରିଥିଲା। ମାଲକାନଗିରି ଜିଲ୍ଲାରେ ବିଏସ୍ଏଫ୍ କେବଳ ନକ୍ସଲ ଦମନ କ୍ଷେତ୍ରରେ କାମ କରୁନାହିଁ ବରଂ ଜିଲ୍ଲାବାସୀଙ୍କ ସୁଖଦୁଃଖରେ ମଧ୍ୟ ଛିଡା ହେଉଛି। ଯାହା ଆଜି ପ୍ରମାଣ କରି ଯବାନ ଦେଖାଇଛନ୍ତି। ପରିବାର ଠାରୁ ଦୁରରେ ରହି, ନିଜ ଜୀବନକୁ ବାଜି ଲଗାଇ ଦିନରାତି, ଖରାବର୍ଷାରେ ନକ୍ସଲ ପ୍ରବଣ ଅଂଚଳରେ କମ୍ବିଂ କରୁଥିବା ଏହି ଯବାନଙ୍କୁ ସାଲୁଟ୍ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/BSF-Jawaan-Helps-a-Man_Thumbnail.jpg)