ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ଦ୍ବାରା ବିଏସ୍‌ଏନ୍‌ଏଲ୍‌ ଦଣ୍ତିତ ହୋଇଛି। ଆୟୋଗ ଏକ ମାମଲାର ବିଚାର କରି ଉପଭୋକ୍ତଙ୍କୁ ୫୦ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିେର୍ଦ୍ଦଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ୨୦୦୦ ଫେବ୍ରୁଆରି ୮ ତାରିଖରେ ବିଏସ୍ଏନ୍ଏଲ୍‌ ପକ୍ଷରୁ ଡୁଙ୍ଗୁରିପାଲିର ଶଶାଙ୍କ ଶେଖର ସାହୁଙ୍କୁ ଟେଲିଫୋନ ନଂ ୭୦୧୩୯ ପାଇଁ ୧୮୬୩ ଟଙ୍କା ପୈଠ କରିବାକୁ କହାଯାଇଥିଲା। ପ୍ରକୃତରେ ଉକ୍ତ ଟେଲିଫୋନ ନମ୍ବରଟି ଶଶାଙ୍କର ହୋଇନଥିବା ସତ୍ତ୍ବେ ସେ ବିଏସ୍‌ଏନ୍‌ଏଲ୍‌ ଏହି ଟଙ୍କା ପୈଠ କରିବାକୁ ବାଧ୍ୟ କରିଥିଲା। ପରେ ଏନେଇ ବାରମ୍ବାର ବିଏସ୍‌ଏନ୍‌ଏଲ୍‌କୁ ଉକ୍ତ ଟେଲିଫୋନ ନମ୍ବର ବିବରଣୀ ପ୍ରଦାନ କରିବା ସତ୍ତ୍ବେ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଟଙ୍କା ଫେରସ୍ତ କରାଯାଇନଥିଲା।

Advertisment

ଏହାକୁ ନେଇ ଶଶାଙ୍କ ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗରେ ଗତ ୧୪.୩.୨୦୦୧ ତାରିଖରେ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାର ବିଚାର କରି ଗତ ୩୧.୧୨.୨୦୦୨ ତାରିଖରେ ଜିଲ୍ଲା ଖାଉଟି ସୁରକ୍ଷା ମଂଚ ବିଏସ୍‌ଏନ୍‌ଏଲ୍‌ ବିରୋଧରେ ରାୟ ଶୁଣାଣି କରି ୪୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଥିଲେ। ଉକ୍ତ ଟଙ୍କା ନଦେବା ପର୍ଯ୍ୟନ୍ତ ୧୨ ଶତକଡ଼ା ସୁଧ ହାରରେ ପୈଠ କରିବାକୁ ନିେର୍ଦ୍ଦଶ ଦେଇଥିଲେ। ଏହି ଆଦେଶ ବିରୋଧରେ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ରାଜ୍ୟ ଖାଉଟି ସୁରକ୍ଷା ଆୟୋଗଠାରେ ଏକ ଅପିଲ୍‌ କରାଯାଇଥିଲା। ରାଜ୍ୟ ଖାଉଟି ସୁରକ୍ଷା ଆୟୋଗ ଉକ୍ତ ଅପିଲକୁ ଫେରସ୍ତ କରି ସମସ୍ତଙ୍କୁ ସୁଯୋଗ ଦେଇ ପୁନଃ ବିଚାର କରିବାକୁ ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗକୁ ନିେର୍ଦ୍ଦଶ ଦେଇଥିଲେ। ଏହି ମାମଲାର ବିଚାର କରି ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ବିଏସ୍‌ଏନ୍‌ଏଲ୍‌ର ସେବା ଅପବ୍ୟବହାର ପାଇଁ ୫୦ ହଜାର ଟଙ୍କା ୨ ମାସ ମଧ୍ୟରେ ଅଭିଯୋଗକାରୀ ଶ୍ରୀ ସାହୁଙ୍କୁ ପୈଠ କରିବାକୁ ନିେର୍ଦ୍ଦଶ ଦେଇଛନ୍ତି। କ୍ଷତିପୂରଣ ଅନାଦେୟ ହେଲେ ଶତକଡା ୬ ପ୍ରତିଶତ ସୁଧ ହାରରେ ପୈଠ କରିବା ପର୍ଯ୍ୟନ୍ତ ସମ୍ପୃକ୍ତ ଅଭିଯୋଗକାରୀଙ୍କୁ କ୍ଷତିପୂରଣ ଦେବାକୁ ଆୟୋଗ ନିେର୍ଦ୍ଦଶ ଦେଇଥିବା ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗର ସଭାପତି ଉପାନନ୍ଦ ପୁରୋହିତ ସୂଚନା ଦେଇଛନ୍ତି।