ମୋବାଇଲ୍‌ ସେବା ସ୍ୱାଭାବିକ ହେବାକୁ ଆଉ ୨ଦିନ, ଦିନକୁ ୧୫ଲକ୍ଷ ଟଙ୍କା ରାଜସ୍ବ ହରାଉଛି ବିଏସ୍‌ଏନ୍‌ଏଲ୍‌, ଲ୍ୟାଣ୍ତଲାଇନ୍‌ ଯୋଗାଯୋଗ ବିଳମ୍ବ ହେବ

କଟକ : ଆଉ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଏସ୍‌ଏନ୍‌ଏଲ୍‌ ମୋବାଇଲ୍‌ ସେବା ସ୍ବଭାବିକ ହେବ। ବ୍ରଡବ୍ୟାଣ୍ତ ଇଣ୍ଟରନେଟ୍‌ ସୁବିଧା ମଧ୍ୟ ଖୁବ୍‌ଶୀଘ୍ର ଉପଲବ୍ଧ ହେବ। କିନ୍ତୁ ଲ୍ୟାଣ୍ତଲାଇନ୍‌ ସେବା ସ୍ବଭାବିକ୍‌ ହେବାକୁ ଆହୁରି ତିନିଦିନ ଲାଗିପାରେ ବୋଲି ବିଏସ୍‌ଏନ୍‌ଏଲର ବଜ୍ରକବାଟି ଶାଖାର ମହାପ୍ରବନ୍ଧକ ହରିଶ୍ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି। ତେବେ କାର୍ଯ୍ୟାଳୟରେ ହୋଇଥିବା ଅଗ୍ନିକାଣ୍ତରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିଲେ ବି ଲକ୍ଷାଧିକ ଟଙ୍କାର ରାଜସ୍ବ ହାନୀ ହୋଇଥିବା କୁହାଯାଇଛି। ଦିନକୁ ହାରାହାରି ୧୫ଲକ୍ଷ ଟଙ୍କାର ରାଜସ୍ବ ଆୟ ହେଉଥିବାବେଳେ ଏବେ ଦୁଇ ଦିନରେ ପ୍ରାୟ ୩୦ଲକ୍ଷ ରାଜସ୍ବ କ୍ଷତି ହୋଇଥିବା ସୂଚନା ଦିଆଯାଇଛି।

ଶ୍ରୀ ମହାନ୍ତିଙ୍କ ସୂଚନା ଅନୁଯାୟୀ, ସଟ୍‌ ସର୍କିଟ୍‌ ଦ୍ବ‌େରା ବିଦ୍ୟୁତ ସ˚ଯୋଗରେ କେବଳ ବାଧା ସୃଷ୍ଟି ହୋଇଛି। ପାଵାର କେବୁଲ୍‌ ଗୁଡିକ ପୋଡ଼ି ଯାଇଛି। ପାଵାର ପ୍ଲାଣ୍ଟରୁ ଆସିଥିବା ଯେଉଁ କେବୁଲ ଗୁଡ଼ିକ ପୋଡ଼ି ଯାଇଥିଲା, ସେଥିମଧ୍ୟରୁ ଅଧିକା˚ଶକୁ ବଦଳାଯାଇ ସାରିଛି। ହେଲେ ଅଧିକ ଦୂର ସ୍ଥାନ ପର୍ଯ୍ୟନ୍ତ ଯୋଗାଯୋଗ ହେଉଥିବା ଜିଲ୍ଲାମାନେ ଅଧିକ ସମୟ ପର୍ଯ୍ୟନ୍ତ ପ୍ରଭାବିତ ହେବେ। କଟକରୁ ଜଗତସି˚ହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ ପର୍ଯ୍ୟନ୍ତ ମୋବାଇଲ ସେବା ବନ୍ଦ ରହିଛି। ଆଜି ପାଵାର‌୍‌ ଅନ୍‌ କରାଯାଇଛି। ହେଲେ ନେଟ୍‌ଵକ୍‌ ଯୋଗାଯୋଗ ହେଲାବେଳକୁ ରବିବାର ସ˚ଧୢା କିମ୍ବା ସୋମବାର ପ୍ରଥମାର୍ଧସୁଦ୍ଧା ସମାଧାନ ହୋଇଯିବ। କିନ୍ତୁ ଲ୍ୟାଣ୍ତ ଲାଇନ୍‌ କାର୍ଯ୍ୟ ସ୍ବଭାବିକ ହେବାକୁ ଅଧିକ ଦିନ ଲାଗିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର