ବିଏସଏନଏଲ ମୋବାଇଲ୍ ଟାୱାରକୁ ନିଆଁ ଲଗାଇ ପୋଡ଼ି ଦେଲେ ଲାଲ୍ ବାହିନୀ

ମାଲକାନଗିରି: ଛତିଶଗଡ଼ ସୀମାନ୍ତରେ ମାଓ ହିଂସା ଥମିବାର ନା ଧରୁନାହି । ସୁକୁମା ଜିଲ୍ଲା ଅନ୍ତର୍ଗତ ଏରାବୋର ଗାଁରେ ଥିବା ବିଏସଏନଏଲ ମୋବାଇଲ ଟାୱାରକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି ଲାଲ୍ ବାହିନୀ ।

ସୂଚନା ମୁତାବକ, ପ୍ରାୟ ୧୫ଜଣ ସଶସ୍ତ୍ର ନକ୍ସଲ ଏରାବୋର ଗାଁରେ ପହଞ୍ଚି ମୋବାଇଲ ଟାୱାରକୁ ଧ୍ବଂସ କରିବା ସହ ରାଜରାସ୍ତା ଉପରେ ପଥର ଓ ମାଓ ପୋଷ୍ଟର ରଖି ରାସ୍ତା ଅବରୋଧ କରିଥିଲେ । ତେବେ ଆଜି ସକାଳେ ସିଆରପିଏଫ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକୁ ହଟାଇଛନ୍ତି । ମାଲକାନଗିରି ଜିଲ୍ଲାର ମୋଟୁ ସୀମାନ୍ତଠାରୁ ମାତ୍ର ଦୁଇ କିଲୋମିଟର ଦୂର ଜାତୀୟ ରାଜପଥ ଉପରେ ମାଓବାଦୀମାନେ ଏହି ହିଂସାକାଣ୍ଡ ଘଟାଇଛନ୍ତି । ଏହାକୁ ନେଇ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ମାଲକାନଗିରି ଆରକ୍ଷୀ ଅଧୀକ୍ଷକ କହିଛନ୍ତି। ।

ସମ୍ବନ୍ଧିତ ଖବର