ରାୟଗଡ଼ା: ଆରମ୍ଭ ହୋଇଛି ରାୟଗଡାର ପ୍ରଶିଦ୍ଧ ଠାକୁରାଣୀ ଯାତ୍ରା। ମା’ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମନ୍ଦିର ଛାଡି ଚାଲି ଆସିଛନ୍ତି ଅସ୍ଥାୟୀ ମଣ୍ଡପକୁ। ଦୀର୍ଘ ୯ ଦିନ ଧରି ମା’ ଭକ୍ତଙ୍କୁ ଦର୍ଶନ ଦେବା ସହ ଲୀଳାଖେଳ କରିବେ। ହଜାର ହଜାର ଭକ୍ତଙ୍କ ଗହଣରେ ମା‘ ଆଶି ଭକ୍ତଙ୍କୁ ଦର୍ଶନ ଦଉଛନ୍ତି। ରାୟଗଡାର ପ୍ରଶିଦ୍ଧ ରାୟଗଡା ଗ୍ରାମଦେବୀ ଶ୍ରୀଶ୍ରୀ ବୁର୍ଦାଲା ପୋଲାମାଙ୍କ ଘଟ ଯାତ୍ରା ୨୯ ଠାରୁ ଆରମ୍ଭ ହୋଇଛି। ମା’ଙ୍କର ଏହି ଘଟ ଯାତ୍ରା ୨୯ ତାରିଖରୁ ଆରମ୍ଭ ହୋଇ ଜୁନ ୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ମା’ ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେବେ। ଏଥିପାଇଁ ରାୟଗଡା ସହର ଚଳଚଚଂଳ ହୋଇ ଉଠିଛି। ମା’ଙ୍କର ଅସ୍ଥାୟୀ ମଣ୍ଡପକୁ ସୁନ୍ଦର ଆଲୋକରେ ସୁସଜ୍ଜିତ କରାଯାଇଛି। ଏହି ୯ ଦିନ ଧରି ମାଆଙ୍କର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ବିପୁଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୂଜା କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ କମିଟି ପ୍ରକାଶ କରିଛି।

Advertisment

ପ୍ରଥମେ ଟ୍ରେଜେରିକୁ ଜାଇ ପୂଜାର୍ଚ୍ଚନା କରାଯାଇ ଘଟ ସହ ମା’ ମଝିଘରିଆଣିଙ୍କ ଖଣ୍ଡାକୁ ଅଣାଯାଏ। ଏହାପରେ ସେହି ଘଟକୁ ନେଇ ମା’ଙ୍କ ବାପା ଘରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ପରେ ରାୟଗଡା ଗ୍ରାମଦେବୀ ବୁର୍ଦାଲାପୋଲାମା ମନ୍ଦିର ନିକଟକୁ ଯାଇ ମା’ଙ୍କୁ ଆବାହନ କରାଯାଇ ବିରାଟ ପଟୁଆରରେ ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥାଏ। ଦୀର୍ଘ ୯ ଦିନ ଧରି ମା’ ଏହି ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ମା’ଙ୍କୁ ଦର୍ଶନ କରିବା ପାଇଁ ଓଡ଼ିଶା ସମେତ ପଡୋଶି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ।

publive-image

ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୂତୟନ କରାଯାଇଛି। ରାୟଗଡା ସହର ସମେତ ମା’ଙ୍କ ମନ୍ଦିର ଓ ଅସ୍ଥାୟୀ ମଣ୍ଡପକୁ ସୁନ୍ଦର ଆଲୋକ ତୋରଣରେ ସଜ୍ଜିତ କରାଯାଇଛି। ଏହି ଅସ୍ଥାୟୀ ମଣ୍ଡପରେ ମା’ ଗ୍ରାମଦେବୀଙ୍କ ସହ ତାଙ୍କ ୭ ଭଉଣୀ ୫ ଭାଇ ପୂଜା ପାଇଥାନ୍ତି। କିମ୍ବଦନ୍ତୀ କହେ ଶହେ ବର୍ଷ ପୂର୍ବରୁ ରାୟଗଡା ଏକ ଛୋଟିଆ ସହର ପୁରୁଣା ରାୟଗଡା ନାମରେ ପରିଚିତ ଥିଲା। ସେତେବେଳେ ମଚ୍ୟୁଶି (ମିଳିମିଳା) ନାମକ ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଥିଲା।ଯାହାରି ଫଳରେ ଅନେକ ଜୀବନ ଅକାଳରେ ଟଳି ପଡୁଥିଲେ। ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକେ ମା’ ବୁର୍ଦାଲା ପୋଲାମାଙ୍କ ଶରଣ ପୋଶି ପୂଜାର୍ଚନା କରିଥିଲେ। ପୂଜାରେ ସନ୍ତୁଷ୍ଟ ହୋଇ ମା’ ମଚ୍ୟୁଶି(ମିଳିମିଳା) ନାମକ ମହାମାରୀକୁ ନିପାତ କରି ଭକ୍ତଙ୍କୁ ବଚାଂଇଥିଲେ। ସେହି ଦିନ ଠାରୁ ପ୍ରତିବର୍ଷ ମା‘ଙ୍କ ପୁଜାର୍ଚ୍ଚନା ବହୁ ଧୂମଧାମରେ ପାଳିତ ହୋଇ ଆସୁଛି। ଫଳରେ ଭକ୍ତମାନେ ବେଶ ଆନନ୍ଦିତ ଅଛନ୍ତି। ହଜାର ହଜାର ଭକ୍ତଙ୍କ ଗହଣରେ ପୂଜାର୍ଚ୍ଚନା କରାଯାଇ ମା’ଙ୍କୁ ଆବାହନ କରାଯାଇ ଏକ ବିରାଟ ପଟୁଆରରେ ବାହାରି ଅସ୍ଥାୟୀ ମଣ୍ଡପରେ ସ୍ଥାପିତ କରାଯାଇଥିଲା। ମା’ଙ୍କ ଆବାହନ ସମୟରେ ପୂର୍ବତନ ରାଜ୍ୟସଭା ସାସଂଦ ଏନ. ଭାସ୍କର ରାଓ, ରାୟଗଡା ପୌର ନଗରପାଳ ମହେଶ ପଟନାୟକଙ୍କ ସହିତ ମନ୍ଦିର କମିଟି, ପୂଜୁା କମିଟି ସମେତ ହଜାର ହଜାର ଭକ୍ତ ଉପସ୍ତିତ ଥିଲେ। ସାଂସଦ ସପ୍ତଗିରି ଉଲାକା ମଧ୍ୟ ମା’ଙ୍କ ଦର୍ଶନ ପାଇଁ ମନ୍ଦିରରେ ପହଞ୍ଚିଥିଲେ।