କଟକ: ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ନୂଆ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ସରକାର ବଜେଟ୍‌ରେ ପ୍ରସ୍ତାବ ରଖିଛନ୍ତି। କିନ୍ତୁ କେଉଁ ଜିଦ୍‌ ପାଇଁ ରାଜ୍ୟର ପ୍ରଥମ ଓ ଦେଶର ଦ୍ବିତୀୟ ମହିଳା ମହାବିଦ୍ୟାଳୟ କଟକର ଶୈଳବାଳା କଲେଜ୍‌କୁ ବିଶ୍ବବିଦ୍ୟାଳୟ ମାନ୍ୟତାରୁ ପୁଣି ବଞ୍ଚିତ କରାଗଲା, ତାହା ଏବେ କଟକ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ୧୧୩ ବର୍ଷର ଏହି ପୁରାତନ ଐତିହାସିକ କଲେଜ୍‌କୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ବର୍ଷବର୍ଷ ଧରି କଟକର ବୁଦ୍ଧିଜୀବୀ, ଛାତ୍ରୀ ଓ ପୁରାତନ ଛାତ୍ରୀମାନଙ୍କ ପକ୍ଷରୁ ଦାବି ହୋଇ ଆସୁଛି। ସରକାର ପୂର୍ବରୁ ଭୁବନେଶ୍ବରର ରମାଦେବୀ ମହିଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିଥିଲେ। ସେ ନିଷ୍ପତ୍ତି କଟକବାସୀଙ୍କ ମଧ୍ୟରେ ଅସନ୍ତୋଷର କାରଣ ହୋଇଥିଲା। କିନ୍ତୁ ସେତେବେଳେ ଆଗାମୀ ଦିନରେ ଶୈଳବାଳା କଲେଜ ସଂପର୍କିତ ଦାବି ବିଚାରକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଗଲା। କିନ୍ତୁ ତାହା କେବଳ ପ୍ରତିଶ୍ରୁତିରେ ରହିଗଲା।

Advertisment

Chhota Bheem Collection: ଚନ୍ଦ୍ରଶେଖରପୁରରେ ଖୋଲିଲା ଶ୍ରୀଲେଦର୍ସର ନୂତନ ସୋ’ରୁମ

କଟକରେ ତୀବ୍ର ପ୍ରତିକ୍ରିୟା; ଆନ୍ଦୋଳନକୁ ଓହ୍ଲାଇବେ ଛାତ୍ରୀ, ପୁରାତନ ଛାତ୍ରୀ, ବୁଦ୍ଧିଜୀବୀ

ଓଲଟା ପରବର୍ତ୍ତୀ ସମୟରେ ରାସ୍ତା ପାଇଁ କଲେଜର ଜମିକୁ ସରକାର ଦଖଲକୁ ନେଇଗଲେ। ବଦଳରେ କଲେଜର ଦ୍ବିତୀୟ କ୍ୟାମ୍ପସ୍‌ ପାଇଁ ଜମି ମିଳିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଗଲା, ତାହା ବି ଏଯାଏଁ ପୂରଣ ହେଲା ନାହିଁ। ଶୈଳବାଳା କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ଛାତ୍ରୀମାନେ ରିଲେ ଧାରଣା ଦେଉଛନ୍ତି। ପୁରାତନ ଛାତ୍ରୀ, ସହରର ବୁଦ୍ଧିଜୀବୀ ବିକ୍ଷୋଭ, ପ୍ରତିବାଦରେ ସାମିଲ ହୋଇ ସ୍ବାକ୍ଷର ସଂଗ୍ରହ ଅଭିଯାନ ଜରିଆରେ ଦାବି ରଖି ଆସୁଛନ୍ତି। ଏସବୁ ଜାରି ରହିଥିଲେ ବି ସରକାର କେଉଁ କାରଣରୁ ରାଜ୍ୟରେ ୪ଟି ନୂଆ ବିଶ୍ବବିଦ୍ୟାଳୟ ଯୋଜନାରେ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ସ୍ଥାନ ଦେବାକୁ ଉଚିତ ମନେ କଲେ ନାହିଁ, ତାହା ଏବେ ଉଦ୍‌ବେଗର କାରଣ ହୋଇଛି। ଆସନ୍ତାକାଲିଠାରୁ ଶୈଳବାଳା କଲେଜର ଛାତ୍ରୀ, ପୁରାତନ ଛାତ୍ରୀ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ପ୍ରତିବାଦ ଆନ୍ଦୋଳନ ଜୋରଦାର ହେବ ବୋଲି ସୂଚନା ଦିଆଯାଇଛି।

Horoscope 2026 February 21 : ଜାଣନ୍ତୁ ଆଜିର ରାଶିଫଳ

 ଶୈଳବାଳାକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଅଭିଯାନରେ ସାମିଲ ହୋଇ ଆସିଥିବା ବିଶିଷ୍ଟ ଶିକ୍ଷାବିତ୍‌ ଡକ୍ଟର ନଟବର ଶତପଥୀ ସରକାରଙ୍କ ଏଭଳି ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଅନ୍ୟପଟେ ସରକାର ଶୈଳବାଳା କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ନ ଦେଇ କଟକ ସହର ପ୍ରତି ଅବହେଳା କରିଛନ୍ତି ବୋଲି ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍‌ଦୋସ କହିଛନ୍ତି। ବିଧାନସଭାରେ ସେ ଉଠାଇଥିବା ଏ ସଂପର୍କିତ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପଯୁକ୍ତ ସମୟରେ ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଥିବା ବେଳେ ସେହି ଉପଯୁକ୍ତ ସମୟ ଆଉ କେବେ ଆସିବ ବୋଲି ସୋଫିଆ ପ୍ରଶ୍ନ କରିଛନ୍ତି।