ଭୁବନେଶ୍ବର : ସରକାରଙ୍କ ବଜେଟ ଆକାର ବଢ଼ୁଛି। ହେଲେ ଯେତିକି ଅର୍ଥ ବ୍ୟୟବରାଦ ହେଉଛି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ତାହା ସମୟ ଅନୁଯାୟୀ ଖର୍ଚ୍ଚ କରିପାରୁନାହାନ୍ତି। ୨୦୧୮-୧୯ ଆର୍ଥିକ ବର୍ଷର ନଭେମ୍ବର ମାସ ସୁଦ୍ଧା ସବୁ ବିଭାଗ ମିଶି ବଜେଟ୍ ଅର୍ଥର ମାତ୍ର ୪୮.୦୪% ଅର୍ଥ ଖର୍ଚ୍ଚ କରିଛନ୍ତି। ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗ କାର୍ଯ୍ୟକ୍ରମ ବ୍ୟୟ ଅଟକଳ ଅର୍ଥର ୪୦% ଖର୍ଚ୍ଚ କରିବାରେ ସକ୍ଷମ ହୋଇନାହାନ୍ତି।

Advertisment

୨୦୧୮-୧୯ ବର୍ଷର ମୂଳ ବଜେଟର ଆକାର ଥିଲା ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା। ନିର୍ଦିଷ୍ଟ ସମୟ ଅବଧି ପୂର୍ବରୁ ଏଥର ସରକାର ଆଗତୁରା ଅତିରିକ୍ତ ବଜେଟ୍ ବି ଅନୁେମାଦନ କରାଇ େନଇଛନ୍ତି, ଯାହାର ପରିମାଣ ୧୨ ହଜାର ୭୯୦ କୋଟି। ଅର୍ଥାତ୍ ଚଳିତ ବର୍ଷ ମୋଟ ୧ ଲକ୍ଷ ୩୨ ହଜାର ୮୧୮ କୋଟି ଟଙ୍କା ଖର୍ଚ୍ଚ ପାଇଁ ବିଧାନସଭା ସରକାରଙ୍କୁ ଅନୁମତି େଦଇଛି।

ବଢାଚଢା ବଜେଟ୍ କରି ସରକାର ବାହା ବା େଗାଟାଇଛନ୍ତି ସିନା, ହେଲେ ପ୍ରଥମ ୯ମାସରେ ଏହାର ୫୦% ଅର୍ଥ ଖର୍ଚ୍ଚ କରିବା ସ୍ଥିତିରେ ନାହାନ୍ତି। ବିେଶଷକରି କାର୍ଯ୍ୟକ୍ରମ ଅର୍ଥ ଖର୍ଚ୍ଚ କରିବାରେ ବିଭାଗଗୁଡ଼ିକର ସ୍ଥାଣୁତା ଧରାପଡିଯାଇଛି। ବିତ୍ତୀୟ ନିୟନ୍ତ୍ରଣ ଓ ବଜେଟ ପରିଚାଳନା ଆଇନ ଅନୁଯାୟୀ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ବଜେଟ ଅର୍ଥର ୨୦%, ଛଅ ମାସରେ ୪୦% ଓ ୯ମାସ େଶଷ ସୁଦ୍ଧା ୬୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହେବା କଥା।

ମହାଲେଖାକାରଙ୍କଠାରୁ ଅଡିଟ ହୋଇ ଅର୍ଥ ବିଭାଗକୁ ଫେରିଥିବା ସରକାରଙ୍କ ଖର୍ଚ୍ଚ ତାଲିକା କହୁଛି, ନଭେମ୍ବର ସୁଦ୍ଧା ରାଜସ୍ବ ବିଭାଗ କାର୍ଯ୍ୟକ୍ରମ ଅର୍ଥର ୩୬.୮୩% ଅର୍ଥ ଖର୍ଚ୍ଚ କରିପାରିଛି। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଖର୍ଚ୍ଚ କରିଛି ୩୭.୨୦%। ନଗର ଉନ୍ନୟନ ବିଭାଗ ୩୭.୭୪%, ଜଳ ସମ୍ପଦ ବିଭାଗ ୩୫.୮୦% ଓ ଜଙ୍ଗଲ ଓ ପରିବେଶ ବିଭାଗ ଖର୍ଚ୍ଚ କରିଛିି ମାତ୍ର ୩୭.୧୭%।

ସ୍ବତନ୍ତ୍ର ବଜେଟ ପାଇଥିବା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମଧ୍ୟ ଏ େକ୍ଷତ୍ରରେ ପଛୁଆ। ଏହି ବିଭାଗ ୩୨.୬୧% ଅର୍ଥ ଖର୍ଚ୍ଚ କରିଛି। ଏମଏସଏମଇ ବିଭାଗ ପାଇଁ ସରକାର ଅଧିକ ପ୍ରୋତ୍ସାହନ ଓ ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରିଛନ୍ତି। ହେଲେ ବିଭାଗ ଅର୍ଥ ଖର୍ଚ୍ଚ କରିବାରେ ତଳେ ଅର୍ଥାତ୍ ୬.୨୩% ଅର୍ଥ ଖର୍ଚ୍ଚ କରିପାରିଛି। କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ମୋଟ ବଜେଟ ଅର୍ଥର ଏହି ସମୟ ଭିତରେ ୭୨.୫୬% ଅର୍ଥ ଖର୍ଚ୍ଚ କରି ଶୀର୍ଷରେ ରହିଛି। ସରକାରଙ୍କ ମୋଟ ୪୩ଟି ବିଭାଗ ତୃତୀୟ ତ୍ରୟମାସିକ ସୁଦ୍ଧା ମୋଟ ୬୫ ହଜାର ୧୦୪ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିଛନ୍ତି।

ଅର୍ଥନୀତିଜ୍ଞମାନଙ୍କର କହିବା କଥା େହଉଛି, ସରକାରଙ୍କର ବିଶାଳ ବଜେଟ୍ ଅର୍ଥ ଖର୍ଚ୍ଚ ନ େହାଇପାରିବା ଘଟଣା େନଇ ସରକାରୀସ୍ତରରେ ସେଭଳି ତନାଘନା ନାହିଁ।େଯାଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ କିମ୍ବା ଅର୍ଥମନ୍ତ୍ରୀ ଏ ସଂକ୍ରାନ୍ତରେ ବୈଠକ େନବା ନଜିର ନିକଟରେ େଦଖିବାକୁ ମିଳିନାହିଁ। ବିଭାଗମାନେ ଆଖିବୁଜା ପ୍ରସ୍ତାବ େଦଉଛନ୍ତି ଓ ସରକାର ଏହାକୁ ଧରି ବଜେଟ କରୁଛନ୍ତି। ଅସଲ କଥା େହଲା, ଉଚ୍ଚପଦସ୍ଥ ଅଧିକାରୀ ନିଯୁକ୍ତି େକ୍ଷତ୍ରରେ େଯତିକି ତତ୍ପରତା େଦଖିବାକୁ ମିଳୁଛି, ତଳିଆ ପଦବି ପୂରଣ େକ୍ଷତ୍ରରେ ସରକାର ସେତିକି ଆନ୍ତରିକତା େଦଖାଉନାହାନ୍ତି। ଏକାଧିକ ପରାମର୍ଶଦାତା ଓ ଅବସରପ୍ରାପ୍ତ ଅଧିକାରୀ ସ୍ବତନ୍ତ୍ର ଦାୟିତ୍ବ େନଇ ସଚିବାଳୟ ଜଗୁଥିଲେ େହଁ, େକ୍ଷତ୍ରରେ କାମ କରିବା ବା କରାଇବା କାଠିକର ପାଠ େହାଇଗଲାଣି।

ଏହି ମହଲର କହିବା କଥା େହଉଛି, ଚଳିତବର୍ଷ ସ୍ଥିତି ଅଧିକ ଗମ୍ଭୀର େହବ। କାରଣ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ େହାଇପାରେ। ଏମିତିସ୍ଥଳେ ନୂଆ କାମ ଆରମ୍ଭ େହାଇପାରିବ ନାହିଁ ଓ ଥରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ େହାଇଗଲେ ଅନ୍ୟ କାମ ବି ଗଭୀର ଭାେବ ପ୍ରଭାବିତ େହବ। ସରକାର ବଜେଟରେ ଦିଆଯାଇଥିବା ଅର୍ଥ ଶତ ପ୍ରତିଶତ ଖର୍ଚ୍ଚ କରିବା ସମ୍ଭବ ନୁହେଁ।

ବିେରାଧୀ ଦଳ ମଧ୍ୟ ଏହାକୁ ସମାେଲାଚନା କଲେଣି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ସରକାରଙ୍କ ଅପାରଗତା ଆଡକୁ ଆଙ୍ଗୁଠି ଉଠାଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ବଜେଟରେ ଦିଆଯାଇଥିବା ଯୋଜନା ଅର୍ଥ ଖର୍ଚ୍ଚ କରାଯାଇପାରୁନାହିଁ, ଅଥଚ ଅଧ୍ୟାଦେଶ ବଳରେ କାଳିଆ ପରି ନୂଆ ଯୋଜନା ସାମ୍ନାକୁ ଆଣି ରାଜ୍ୟବାସୀଙ୍କୁ ସରକାର ଭୁଆଁ ବୁଲାଉଛନ୍ତି। ଏହା ଦୁର୍ଭାଗ୍ୟଜନକ।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ ସରକାର ସ୍ଥାଣୁ ପାଲଟିଗଲେଣି େବାଲି ଅଭିେଯାଗ କରିଛନ୍ତି। େସ କହିଛନ୍ତି, ଜନପ୍ରତିନିଧି ବିକାଶମୂଳକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ କରିବାକୁ ପ୍ରସ୍ତାବ ପଠାଇଲେ ଜିଲ୍ଲାପାଳମାନେ ତାକୁ ଗ୍ରହଣ କରୁନାହାନ୍ତି କି ନିଜେ ମଧ୍ୟ ଅର୍ଥ ଖର୍ଚ୍ଚ କରୁନାହାନ୍ତି। ପିସି ଭାଗ ଛିଡ଼ି ନ ପାରିବାରୁ ଲୋକଙ୍କ ପାଇଁ ଆସୁଥିବା ଅର୍ଥ ବିକାଶ କାର୍ଯ୍ୟରେ ଲାଗିପାରୁନି।

ଏସବୁକୁ ଖଣ୍ଡନ କରି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, କେନ୍ଦ୍ର ସରକାର ଠିକ ସମୟରେ ଟଙ୍କା ଦେଉନାହାନ୍ତି। ଫଳରେ କାର୍ଯ୍ୟକ୍ରମ ବ୍ୟୟ ଅଟକଳ ବାବଦରେ ବରାଦ ଅର୍ଥ ଠିକଣା ସମୟରେ ଖର୍ଚ୍ଚ ହୋଇପାରୁନି। ଭାରତ ସରକାର ଶେଷ ଆଡ଼କୁ ଟଙ୍କା ପ୍ରଦାନ କରୁଛନ୍ତି। ତଳସ୍ତରରେ ଆବଶ୍ୟକ କର୍ମଚାରୀ ନଥିବାରୁ ଯୋଜନା ଅର୍ଥ ଖର୍ଚ୍ଚ କରିବାରେ ବିଳମ୍ବ ହେଉଥିବା କଥାକୁ ସ୍ବୀକାର କରିଛନ୍ତି ଅର୍ଥମନ୍ତ୍ରୀ।