ଭୁବନେଶ୍ବର : ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ଜନିତ କ୍ଷୟକ୍ଷତିର ପୁନରୁଦ୍ଧାର, ଭିତ୍ତିଭୂମି ନିର୍ମାଣକୁ ବଜେଟରେ ପ୍ରାଥମିକତା ମିଳିଛି। ବଜେଟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ସମସ୍ତ ପରିବାର ପାଇଁ ପକ୍କା ଛାତର ବ୍ୟବସ୍ଥା କରିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଅଭିଳାଷ ଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପକ୍କାଘର ଓ ଅନ୍ୟାନ୍ୟ ଗ୍ରାମୀଣ ବାସଗୃହ େଯାଜନାରେ ଗ୍ରାମାଞ୍ଚଳରେ ୨୨ଲକ୍ଷ ପକ୍କା ଘର ସମ୍ପୂର୍ଣ୍ଣ କରିଛନ୍ତି। କିନ୍ତୁ ‘ଫନି’ କାରଣରୁ ଉପକୂଳରେ ବ୍ୟାପକ କ୍ଷୟକ୍ଷତି େହାଇଛି। ଏଣୁ ଚଳିତ ବର୍ଷ ‘ଫନି’ ପ୍ରଭାବିତ ଅଞ୍ଚଳରେ ୫ଲକ୍ଷ ପକ୍କା ଘର ନିର୍ମାଣ େଯାଜନା ରହିଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ େଯାଜନା ଓ ବିଜୁ ପକ୍କା ଘର େଯାଜନାର ସେଂଯାଜନାରେ ୪୮୨୦ େକାଟି ଟଙ୍କା ବ୍ୟୟ େହବ। ନଗରାଞ୍ଚଳ ପାଇଁ ଆଉ ୪ଶହ େକାଟି ବ୍ୟବସ୍ଥା େହାଇଛି। କେବଳ ସେତିକି ନୁେହଁ, ଜିଲ୍ଲା ଖଣିଜ ପାଣ୍ଠି, ନିର୍ମାଣ ଶ୍ରମିକ ପାଣ୍ଠି େଯାଜନା, ଓଏମ୍‌ବିଏଡିସିର ସେଂଯାଜନାରେ ଅଧିକ ଗୃହ ନିର୍ମାଣ େହବ।

Advertisment

ଅର୍ଥମନ୍ତ୍ରୀ କହିଛନ୍ତି, ‘ଫନି’ ହେତୁ ଶକ୍ତିକ୍ଷେତ୍ରରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି। ଶକ୍ତି େକ୍ଷତ୍ରରେ ପୁନରୁଦ୍ଧାର କାର୍ଯ୍ୟ େଶଷ ପର୍ଯ୍ୟାୟରେ ପହଞ୍ଚିଲାଣି। କିନ୍ତୁ ଏକ ଦୀର୍ଘମିଆଦି େଯାଜନା କ୍ରମରେ ପ୍ରାକୃତିକ ବିପର୍ଯ୍ୟୟ ନିେରାଧୀ ଶକ୍ତି ଭିତ୍ତିଭୂମିର ବିକାଶ ଆବଶ୍ୟକତା ଅନୁଭୂତ ହେଲାଣି। ଏଥିପାଇଁ ବହୁଦେଶୀୟ ସଂସ୍ଥାଙ୍କଠାରୁ ଏକ ମଧ୍ୟବର୍ତୀକାଳୀନ େଯାଜନା ସ୍ବରୂପ ବୈଷୟିକ ସହାୟତା ଲୋଡ଼ାଯିବ।

ସେହିପରି ‘ଫନି’ କାରଣରୁ ଓଡ଼ିଶା ଜଙ୍ଗଲ ସମ୍ପଦର ବ୍ୟାପକ କ୍ଷତି ଘଟିଛି। ବନୀକରଣ ମାଧ୍ୟମରେ ଏହାର ପୁନରୁଦ୍ଧାର ଜରୁରୀ। ମନରେଗା, କାମ୍ପା, ଓଏମବିଏଡିସି, ଡିଏମ୍ଏଫ୍, ଓଇଏମ୍ଏଫ୍ ଓ ଅନ୍ୟ ରାଜ୍ୟସ୍ତରୀୟ ଓ େକନ୍ଦ୍ରୀୟ େଯାଜନାର ସେଂଯାଗୀକରଣରେ ଚଳିତ ବର୍ଷ ବ୍ୟାପକ ବନୀକରଣ ହେବ। ସେହିଭଳି େକନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଷ୍ଟ୍ରାୟତ୍ତ ଉେଦ୍ୟାଗର ସିଏସ୍ଆର ପାଣ୍ଠି ସହାୟତାରେ ନଗରାଞ୍ଚଳରେ ବନୀକରଣକୁ ବୃଦ୍ଧି କରାଯିବ।

ଏଠାରେ ଉଲ୍ଲେଖଥାଉକି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୪ ହଜାର ୬ଶହ େକାଟି ଟଙ୍କା ରହିଛି। ଏ ମଧ୍ୟରୁ ୯୦୯ େକାଟି ଟଙ୍କା ରାଜ୍ୟ ବିପର୍ଯ୍ୟୟ ପାଣ୍ଠିର ଓ ୩ହଜାର ୬୯୧ େକାଟି ଟଙ୍କା ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ଆସିବ। ‘ଫନି’ ପରେ ରାଜ୍ୟ ସରକାର ଅତିରିକ୍ତ ଭାବେ େକନ୍ଦ୍ର ସରକାରଙ୍କ ନିକଟରୁ ୫୨୨୭ େକାଟି ୬୮ ଲକ୍ଷ ଟଙ୍କା ମାଗିଛନ୍ତି। ଆଜି ଅର୍ଥ ସଚିବ ଅେଶାକ ମୀନା କହିଛନ୍ତି, େକନ୍ଦ୍ର ସରକାର ଏ କ୍ଷତିପୂରଣ ଦେବ େବାଲି ଆଶା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ େହାଇଛି। ଏହାବ୍ୟତୀତ ରାଜ୍ୟ ସରକାର ମଧ୍ୟ ବିଭିନ୍ନ େକ୍ଷତ୍ରରେ ‘ଫନି’ ପରବର୍ତୀ ମୁକାବିଲା ପାଇଁ ବ୍ୟାପକ ଅର୍ଥ ପ୍ରଦାନ କରିଛନ୍ତି।