ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଶୁକ୍ରବାର ଆଗତ କରାଯାଇଥିବା ଅନ୍ତରୀଣ ବଜେଟରେ ପୂର୍ବତଟ ରେଳବାଇକୁ ଗୁରୁତ୍ୱ ଦିଆଯାଇଛି। ପୂର୍ବତଟ ରେଳବାଇକୁ ଗତ ଆର୍ଥିକ ବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ ଟଙ୍କା ଦିଆଯାଇଛି। ଆଜିର ବଜେଟ ଅନୁସାରେ ପୂର୍ବତଟ ରେଳବାଇକୁ ୭ ହଜାର ୧୦ କୋଟି ଟଙ୍କା ମିଳିଛି।
ପୂର୍ବତଟ ରେଳବାଇ ଅଧିନରେ ନୂଆ ଲାଇନ୍ ପାଇଁ ୨୬ ଶହ ୩୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଅନୁଗୁଳ-ସୁକିନ୍ଦା ରେଲଲାଇନ୍ ପାଇଁ ୨୫୦ କୋଟି ଟଙ୍କା, ଖୋର୍ଦ୍ଧା-ବଲାଙ୍ଗୀର ରେଲଲାଇନ୍ ପାଇଁ ୩୫୦ କୋଟି ଟଙ୍କା, ହରିଦାସପୁର-ପାରାଦୀପ ପାଇଁ ୪ ଶହ କୋଟି ଟଙ୍କା, ତାଳଚେର-ବିମଳାଗଡ଼ ରେଲଲାଇନ୍ ପାଇଁ ୧୫୦ କୋଟି ଟଙ୍କା, ଜୟପୁର-ମାଲକାନଗିରି ରେଲଲାଇନ୍ ପାଇଁ ୭୦ କୋଟି ଟଙ୍କା, ଜୟପୁର-ନବରଙ୍ଗପୁର ରେଲଲାଇନ୍ ପାଇଁ ୧୦ କୋଟି ଟଙ୍କା ବଜେଟ୍ରେ ସ୍ଥାନ ଦିଆଯାଇଛି।