ରାଜ୍ୟ ବଜେଟ ନେଇ ପ୍ରତିକ୍ରିୟା: ଶାସକ ଦଳ କହିଲେ-୧ ନମ୍ବର, ବିରୋଧୀ କହିଲେ- ନୈରାଶ୍ୟଜନକ, ଗରିବଙ୍କ ପାଇଁ କିଛି ନାହିଁ

ଭୁବନେଶ୍ବର: ବଜେଟ୍‌କୁ ନେଇ ବିଜେଡି ବିଧାୟକ ରାଜକିଶୋର ଦାସ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ନମ୍ବର ବଜେଟ୍ ‌ ଯେତେ ପ୍ରଶଂସା କଲେବି କମ ହେବ। ସବୁ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି। ରାଜ୍ୟର ବିକାଶ ପାଇଁ ଲାଭ ଦାୟକ।

ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ନିଜର ପ୍ରତିକ୍ରୟାରେ କହିଛନ୍ତି, ଏହା ନୈରାଶ୍ୟଜନକ। ପଲିଟିକାଲ ବଜେଟ୍। ଏଥିରେ ଗରିବ ଖଟିଖିଆଙ୍କ ପାଇଁ କିଛି ନୂତନତ୍ବ ନାହିଁ। ପୁରୁଣା ସ୍କୁଲ କାନ୍ଥରେ ରଙ୍ଗ ଦେଲାଭଳି, ପୁରୁଣା ବଜେଟ୍‌ରେ ନୂଆ ରଙ୍ଗ ଦିଆଯାଇଛି। ପୁଞ୍ଜି ସୃଷ୍ଟି କରିବା ପାଇଁ କୈାଣସି ବ୍ୟବସ୍ଥା ନାହିଁ, ଯେଉଁଥିପାଇଁ ନିଜସ୍ଵ ରାଜସ୍ବ କମିଛି। କେନ୍ଦ୍ର ସରକାରଙ୍କ ଆଶ୍ରିତ ବଜେଟ୍।

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ଏହା ଏକ ନୈରାଶ୍ୟଜନକ ବଜେଟ୍। ଏଥିରେ ଗରିବ ଲୋକଙ୍କ ପାଇଁ ନୂଆ ଯୋଜନା ନାହିଁ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ପାଇଁ ଆବଶ୍ୟକ ଅର୍ଥ ବ୍ୟୟ ବରାଦ କରାଯାଇନାହିଁ।

 

ସମ୍ବନ୍ଧିତ ଖବର