ବଜେଟ୍‌ରେ ଚାଷୀଙ୍କୁ ଦେଢ଼ଗୁଣା ଏମ୍‌ଏସ୍‌ପି ଦିଆଯିବା ଘୋଷଣା ତଥ୍ୟ ଦୃଷ୍ଟିରୁ ଠିକ୍‌ ନୁହେଁ: ସୌମ୍ୟରଂଜନ

ଭୁବନେଶ୍ୱର: ଆଜି ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଅନ୍ତରୀଣ ବଜେଟ ଆଗତ ହୋଇଛି। ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ। ବଜେଟରେ ଉପସ୍ଥାପିତ କିଛି ତଥ୍ୟରେ ଅସଙ୍ଗତି ରହିଛି ବୋଲି ସାଂସଦ ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବଜେଟର ଗୋଟିଏ ଦୁଇଟି କଥା ଅଡୁଆ ଲାଗୁଛି। ସରକାର କହିଛନ୍ତି କି ଚାଷୀଙ୍କୁ ମିଳୁଥିବା ଏମ୍‌ଏସ୍‌ପି ଅମଳ ଖର୍ଚ୍ଚର ଦେଢ଼ଗୁଣା, କିନ୍ତୁ ତଥ୍ୟ ଦୃଷ୍ଟିରୁ ଏହା ଠିକ୍‌ ନୁହେଁ।

ସେହିଭଳି ଆୟକର ଛାଡ଼ ସୀମା ୫ ଲକ୍ଷକୁ ବୃଦ୍ଧି କରାଯିବା ସରକାରଙ୍କ ଦୋମୁହାଁ ନୀତିକୁ ସ୍ପଷ୍ଟ କରୁଛି।  ଗୋଟିଏ ପକ୍ଷରେ ସରକାର ମଧ୍ୟବିତ୍ତ ଶ୍ରେଣୀକୁ ଦେଇଥିବା ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାରେ ୮ ଲକ୍ଷ ଟଙ୍କାରୁ କମ ରୋଜଗାର କରୁଥିବା ଲୋକଙ୍କୁ ଗରିବ ଶ୍ରେଣୀଭୁକ୍ତ କରିଥିବା ବେଳେ ଆୟକର ଛାଡ ସୀମା ୫ ଲକ୍ଷ ଟଙ୍କା କରି ୫ ଲକ୍ଷରୁ ଅଧିକ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଧନାଢ଼୍ୟ ବୋଲି ଦର୍ଶାଇଛନ୍ତି। ଏହା ଫଳରେ ଗରିବୀର ଦୁଇଟି ପରିଭାଷା ଦେଉଛି।

କେନ୍ଦ୍ର ସରକାରଙ୍କ ବଜେଟ୍‌ରେ ଏଭଳି ଅନେକ ଅସଙ୍ଗତି ଓ ତଥ୍ୟଗତ ତ୍ରୁଟି ରହିଥିବା ଦର୍ଶାଇଛନ୍ତି ସାଂସଦ ସୌମ୍ୟରଂଜନ।

ସମ୍ବନ୍ଧିତ ଖବର