ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ବଜେଟ୍ ପରେ ରାଜ୍ୟ ସରକାର ବଜେଟ୍ ଉପସ୍ଥାପନ କରିବେ ନା କେନ୍ଦ୍ରକୁ ଅପେକ୍ଷା ନ କରି ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରାଯିବ।

Advertisment

ଏମିତି ଏକ ପ୍ରଶ୍ନ ଉପରେ ବିଚାର ଆେଲାଚନା ଚାଲିଥିବା କାରଣରୁ ସରକାର ବିଧାନସଭା କେବେ ଡାକିବେ, ସେ ନିଷ୍ପତ୍ତି ନେଇପାରୁନାହାନ୍ତି। ରିେପାର୍ଟ ଲେଖା ହେବା ପର୍ଯ୍ୟନ୍ତ ସରକାରୀସ୍ତରରେ ଏ ଦ୍ବନ୍ଦ୍ବ ଲାଗି ରହିଛି। ଅନ୍ୟପକ୍ଷରେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାକୁ ବିଶ୍ବାସ କରାଗଲେ ଆସନ୍ତା ୨୫ ତାରିଖରୁ ବଜେଟ୍ ଅଧିବେଶନ ଆରମ୍ଭ କରିବା ଲାଗି ବିଧାନସଭା ସଚିବାଳୟ ସୁପାରିସ କରିଛନ୍ତି। ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଅଧିବେଶନ କାର୍ଯ୍ୟ ଅବଧି ରହିବ।

ଖବର ମୁତାବକ, େକନ୍ଦ୍ର ସରକାର ଜୁଲାଇ ୫ ତାରିଖରେ ବଜେଟ୍ ଆଗତ କରିବେ। ଏଥିରେ େକନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ େହବ। େକନ୍ଦ୍ର ସରକାର କିଛି ନୂଆ େଯାଜନା ହାତକୁ ନେଇପାରନ୍ତି ଓ ପ୍ରଭାବହୀନ କିଛି କାର୍ଯ୍ୟକ୍ରମରେ ସେଂଶାଧନ ଅଣାଯାଇପାରେ।

ଅର୍ଥନୀତି ସମୀକ୍ଷକଙ୍କର କହିବା କଥା େହଉଛି, ଏହା ପରେ ରାଜ୍ୟ ସରକାର ବଜେଟ୍ କଲେ, େକନ୍ଦ୍ରୀୟ ଅନୁଦାନ ସଂପର୍କରେ ଜଣାପଡିବ ଓ ରାଜ୍ୟ ବଜେଟ୍ ପ୍ରଭାବୀ େହାଇପାରିବ। ଅନ୍ୟଥା ସରକାରଙ୍କୁ ପ୍ରଥମ ଅତିରିକ୍ତ ବଜେଟ୍ ଶୀଘ୍ର କରିବାକୁ ପଡିପାରେ। କାରଣ େକନ୍ଦ୍ର େଯଉଁ ପରିବର୍ତନ ଆଣିବେ, ତାହାକୁ ତୁରନ୍ତ ଲାଗୁ କରିବାରେ ସରକାର ଆଉ ସକ୍ଷମ େହବେ ନାହିଁ।

ହେଲେ ରାଜ୍ୟ ସରକାରଙ୍କ ବାଧ୍ୟ ବାଧକତା େହଉଛି, କାମଚଳା ବଜେଟରେ ଜୁଲାଇ ୩୧ ତାରିଖ ଯାଏ ଅର୍ଥ ବରାଦ େହାଇଥିଲା। ଯାହାକୁ ବିଧାନସଭା ଅନୁମୋଦନ େଦଇଛନ୍ତି। ଓଡ଼ିଶା ବିଧାନସଭାର କାର୍ଯ୍ୟ ବିଧି ପରିଚାଳନା ନିୟମକୁ େଦଖିଲେ, ପୂର୍ଣ୍ଣାଙ୍ଗ ବଜେଟ୍ ଅନୁମୋଦନ ପ୍ରକ୍ରିୟା ଲାଗି ପ୍ରାୟ ୩୦ ଦିନ ସମୟ ଦରକାର। କାରଣ ୧୫ ଦିନ ପୂର୍ବରୁ ଗୃହକୁ ସମନ କରିବାକୁ ପଡିବ। ବିଭାଗୀୟ ଷ୍ଟାଣ୍ଡିଂ କମିଟି ସମୀକ୍ଷା କରିବାକୁ ୧୫ ଦିନ ସମୟ େନବେ। ଏହାପରେ ୧୪ଦିନ ଖର୍ଚ୍ଚ ଦାବି ଆେଲାଚନା ଓ େଗାଟିଏ ଦିନ ବ୍ୟୟମଞ୍ଜୁରି ବିଲ୍ ପାରିତ ପାଇଁ ଦରକାର।

ଯଦି ଜୁଲାଇ ୫ ପରେ ବଜେଟ୍ ଆଗତ କରାଯାଏ, େତବେ ଏତେ ସମୟ ସରକାରଙ୍କ ପାଖେ ନାହିଁ। ଏମିତି ହେଲେ ସରକାରଙ୍କୁ ଆଉଥରେ ସ୍ବଳ୍ପ ଅବଧି ପାଇଁ କାମଚଳା ବଜେଟ୍ ଆଗତ କରିବାକୁ ପଡିପାରେ। ଏହାକୁ ନେଇ ସରକାରୀସ୍ତରରେ ତର୍ଜମା ଚାଲିଛି।

ଜଣେ ଅଧିକାରୀ କହିଛନ୍ତି, ଦିନେ ଦୁଇ ଦିନ ମଧ୍ୟରେ ସରକାର ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି େନବେ। ତେବେ ବର୍ତମାନ ପରିସ୍ଥିତିରେ େକନ୍ଦ୍ରକୁ ଅପେକ୍ଷା ନ କରି ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବା ଲାଗି ମତ ପ୍ରକାଶ ପାଉଛି। ଏହାକୁ ଯଦି ସରକାର ଗ୍ରହଣ କରିନିଅନ୍ତି, ୨୫ତାରିଖରୁ ଅଧିବେଶନ ଆରମ୍ଭ ଲାଗି ଦୁଇଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ।