ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ସୋମବାର ଠାରୁ ବଜେଟ ଅଧିବେଶନ ଆରମ୍ଭ ହେବ। ଏଥି ପାଇଁ ରାଜ୍ୟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି। ବିଧାନସଭା ନିର୍ବାଚନ ପୂର୍ବରୁ ଏହି ବଜେଟ ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଯେପରି କୌଣସି ଅପ୍ରିତିକର ଘଟଣା ନଘଟେ ସେଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ବିଜେଡି ଏବଂ କଂଗ୍ରେସ ବିଧାୟକ ଦଳ ବୈଠକ
/sambad/media/post_attachments/wp-content/uploads/2019/01/naveen-patnaik-300x161.jpg)
ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ରବିବାର ଉଭୟ ବିଜେଡି ଏବଂ କଂଗ୍ରେସ ବିଧାୟକ ଦଳର ବୈଠକ ବସିଛି। କଂଗ୍ରେସ ଶାସକ ଦଳକୁ ଘେରିବାକୁ ବୈଠକରେ ରଣନୀତି ପ୍ରସ୍ତୁତ କରିଥିବା ବେଳେ ବିରୋଧୀ ଦଳକୁ କେମିତି ମୁକାବିଲା କରାଯିବ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ବୈଠକରେ ସ୍ଥିର ହୋଇଛି।
ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ପୁଲିସ ମହାନିର୍ଦ୍ଦେଶକ ଆର.ପି.ଶର୍ମା ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ୩୦ ପ୍ଲାଟୁନ୍ ଫୋର୍ସ ଓ ୧୦୦ ଉଚ୍ଚ ଅଧିକାରୀ ମୁତୟନ କରାଯାଇଛି। ଅଧିବେଶନ କାଳରେ ୨ ୟୁନିଟ ଏସ୍ଓଜି ମୁତୟନ ହେବେ। ବିଧାନସଭା ୩ଟି କଂଟ୍ରୋଲ ରୁମ ସହ ସିସିଟିଭି ନଜରରେ ରହିବ। ସେହିଭଳି ଟ୍ରାଫିକ ନିୟନ୍ତ୍ରଣ ପାଇଁ କର୍ମଚାରୀ ବ୍ୟବସ୍ଥା କରାଯାଇଛି ବୋଲି ଶର୍ମା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/Odisha-Assembly1.jpg)