ଆତ୍ମନିର୍ଭର ଭାରତକୁ ଗତିଶୀଳ କରିବ ବଜେଟ୍‌: ବିଜେପି

ବିକାଶ ତ୍ବରାନ୍ବିତ ହେବ: ଅପରାଜିତା ଷଡ଼ଙ୍ଗୀ, ଅତ୍ୟନ୍ତ ନୈରାଶ୍ୟଜନକ: ସପ୍ତଗିରି ଶଙ୍କର ଉଲାକା

ସମାଜର ସବୁ ବର୍ଗର ବ୍ୟକ୍ତିବି‌େଶଷଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଜି ବଜେଟ୍‌ ଉପସ୍ଥାପନ କରିଛନ୍ତି। ଯେତେବେଳେ ସମଗ୍ର ବିଶ୍ବରେ ଏ ମହାମାରୀର ସମୟରେ ସବୁ ଦେଶରେ ଅର୍ଥନୀତି ଏକ ସଙ୍କଟପୂର୍ଣ୍ଣ ସ୍ଥିତି ଦେଇ ଗତି କରୁଛି ସେହି ସମୟରେ କେନ୍ଦ୍ର ସରକାର ଠିକ୍ ଅର୍ଥନୀତିକ ପରିଚାଳନା କରିଥିବାରୁ ଆଜି ଭାରତର ଅର୍ଥନୀତି ସୁଦୃଢ ଅଛି। କରୋନା ସଂକଟ ସମୟରେ ଆତ୍ମନିର୍ଭର ଅର୍ଥ ବ୍ୟବସ୍ଥା ନୂଆ ଆଶା ସଞ୍ଚାର କରିଛି। ଏହି ବଜେଟ୍ ଆଗାମୀ ଦିନରେ ଓଡ଼ିଶାବାସୀଙ୍କ ପାଇଁ ସୁଫଳ ଆଣିବ। ଏଥର ୨.୭୫କୋଟି ଟଙ୍କା ଏମ୍‌ଏସ୍‌ପି ଆକାରରେ ଚାଷୀଙ୍କୁ ମିଳିବ। ଫସଲ ନିରକ୍ଷଣ, ରୋଗପୋକ ନିୟନ୍ତ୍ରଣ ପାଇଁ ଡ୍ରୋନ୍ ବ୍ୟବହାର କୃ୍ଷି କ୍ଷେତ୍ରରେ କ୍ରାନ୍ତି ଆଣିବ। ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦିଆଯାଇଛି। ପିଏମ୍‌-ଇ-ବିଦ୍ୟା କାର୍ଯ୍ୟକ୍ରମ ସ୍ବାଗତଯୋଗ୍ୟ ପଦକ୍ଷେପ।
ସମୀର ମହାନ୍ତି, ବିଜେପି ରାଜ୍ୟ ସଭାପତି

Odisha Bytes

ବିକାଶ ତ୍ବରାନ୍ବିତ ହେବ
୨୦୨୨-୨୩ ପାଇଁ ଉପସ୍ଥାପିତ ସାଧାରଣ ବଜେଟ୍‌ ଏକ ସନ୍ତୁଳିତ ବଜେଟ। ଏହା ଦ୍ବାରା ବିକାଶ ତ୍ବରାନ୍ବିତ ହେବ। ଆଗକୁ ଦେଶର ଅର୍ଥ ବ୍ୟବସ୍ଥାରେ ଏହା ସୁଧାର ଆଣିବ। ଏଥି ପାଇଁ ବଜେଟ୍‌ରେ ବ୍ୟାପକ ବ୍ୟବସ୍ଥା ରହିଛି। ଏଥିରେ ଭିତ୍ତିଭୂମି ବିକାଶ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହା ପ୍ରସ୍ତୁତ କରାଯାଇଛି। ଏଥିରେ ସମାଜର ସମସ୍ତ ବର୍ଗଙ୍କୁ ଧ୍ୟାନରେ ରଖାଯାଇଛି। ବଜେଟ୍‌ରେ ଡିଜିଟାଲ୍‌ ପେମେଣ୍ଟ ଓ ଡିଜିଟାଲ୍‌ ଟେକ୍ନୋଲୋଜି ସହ ବର୍ତ୍ତମାନ ସମୟର ଆବଶ୍ୟକତାକୁ ଗୁରୁତ୍ବ ଦିଆଯାଉଛି। ଏହା ଦ୍ବାରା ସବୁ କ୍ଷେତ୍ରରେ ଓଡ଼ିଶା ଲାଭବାନ ହେବ ଓ ଦେଶକୁ ସଶକ୍ତ କରିବାରେ ଏହା ମୁଖ୍ୟ ଭୂମିକା ନିର୍ବାହ କରିବ।
ଅପରାଜିତା ଷଡ଼ଙ୍ଗୀ, ବିଜେପି ସାଂସଦ

ଅତ୍ୟନ୍ତ ନୈରାଶ୍ୟଜନକ
ଉପସ୍ଥାପିତ ବଜେଟ ସାଧାରଣ ଲୋକଙ୍କ ପାଇଁ ନୁହେଁ। ଏଥିରେ ବିଶେଷ ନୂତନତା ନାହିଁ। ଟ୍ୟ‌ାକ୍ସ ସ୍ଲାବ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। ତୈଳଦର ବୃଦ୍ଧି ଓ ବେକାରୀ ସମସ୍ୟା ଉପରେ ସରକାର କୌଣସି ଧ୍ୟାନ ଦେଇନାହାନ୍ତି। ପୁରୁଣା ବଜେଟକୁ ସରକାର ଦୋହରାଇଛନ୍ତି। ଏହା ଦ୍ବାରା ଗରିବ ଓ ଯୁବକଯୁବତୀମାନଙ୍କୁ କୌଣସି ଲାଭ ମିଳିବ ନାହିଁ।
ସପ୍ତଗିରି ଶଙ୍କର ଉଲାକା, କଂଗ୍ରେସ ସାଂସଦ

ସମ୍ବନ୍ଧିତ ଖବର