ଶୋଭନୀୟ ଶିକ୍ଷାଶ୍ରମରେ ବୁଦ୍ଧ ଜୟନ୍ତୀ

ଭୁବନେଶ୍ବର: ଶୋଭନୀୟ ଆନ୍ଦୋଳନ ଓ କ୍ୟାପିଟାଲ ଶୋଭନୀୟ ଶିକ୍ଷାଶ୍ରମ ପକ୍ଷରୁ ଭୁବନେଶ୍ୱର ବୁଦ୍ଧ ଜୟନ୍ତୀ ପାର୍କରେ ପରମକାରୁଣିକ ବୁଦ୍ଧ ଜୟନ୍ତୀ ନିଦେ୍ର୍ଦଶିକା ଡଃ ଅରୁନ୍ଧତୀ ଦେବୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହିଦିନ ବୁଦ୍ଧଦେବ ଜନ୍ମ ଗ୍ରହଣ କରିଥିଲେ, ବୁଦ୍ଧତ୍ୱ ପ୍ରାପ୍ତି ହୋଇଥିଲେ ଓ ପରିନିର୍ବାଣ ଅର୍ଥାତ୍ ଦେହତ୍ୟାଗ କରିଥିଲେ । ଏଥିରେ ଉଦ୍‌ଘାଟକରୂପେ ପୂର୍ବତନ କୂଳପତି ପ୍ରଫେସର କୁମରବର ଦାସ, ମୁଖ୍ୟଅତିଥିଭାବେ ଗୃହନିର୍ମାଣର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶିୀ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନିଉଟ୍ରିସନ୍ ଅଧ୍ୟକ୍ଷ ଶ୍ରୀ ବସନ୍ତ କର ଓ ସମ୍ମାନୀତ ଅତିଥି ଭାବେ ଯୁବ ନେତୃତ୍ୱ ଶ୍ରୀ ବିଶ୍ୱଜିତ୍ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାସହ  ସମାଜସେବୀ ଡଃ ପ୍ରଦୀପ୍ତ ମିଶ୍ର, କର୍ପୋରେଟର ଶ୍ରୀମତୀ ମୋନାଲିସା ସାହୁ, ପ୍ରଫେସର କୁମରବର ଦାସ କହିଲେ ନିଜର ବକ୍ତବ୍ୟରେ କହିଲେ ଯେ, ଆମେ ବୁଦ୍ଧଦେବଙ୍କୁ ପୂଜୁଛୁ ମାତ୍ର ତାଙ୍କ ଆଦର୍ଶ ମାନୁ ନାହୁଁ ।

ଡଃ ବସନ୍ତ କର କହିଲେ, ଶୋଭନୀୟ ଶିକ୍ଷାଶ୍ରମର କୁନି କୁନି ବୁଦ୍ଧଙ୍କୁ ଗଠନ କରାଯାଉଛି । ଡଃ ପ୍ରଦୀପ୍ତ ମିଶ୍ର କହିଲେ, ମୁଁ ଶୋଭନୀୟ ଆନ୍ଦୋଳନର ସ୍ରଷ୍ଟା ପୂଜ୍ୟଶ୍ରୀ କୁମାର ଭାଇଙ୍କୁ ଦ୍ୱିତୀୟ ବୁଦ୍ଧ ରୂପେ ଦେଖିଥିଲି ଓ ଛାତ୍ର ଜୀବନରୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲି । ମଧୁଭାଇ ନୂଆ ଓଡ଼ିଶା ଗଠନ କଥା କହିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ପୂଜ୍ୟଶ୍ରୀ କୁମାର ଭାଇଙ୍କ ରଚନାରୁ ବୁଦ୍ଧ ବନ୍ଦନା ପରିବେଷଣ କରିବା ସହ ବୁଦ୍ଧଙ୍କ ଉପରେ ଅଭିଭାଷଣ କହିଥିଲେ ।

ଶେଷରେ ପ୍ରଧାନ ଗୁରୁମା ମମତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶ୍ରୀ ମନୋରଞ୍ଜନ ମହାନ୍ତି, ପ୍ରଫେସର ରଘୁନାଥ ମଣ୍ଡଳ, ଇଂ. ଦୟାନିଧି ରାଉତ, ଗୀତାଞ୍ଜଳି ସ୍ୱାଇଁ, ଉମାକାନ୍ତ ଭୂଇଁଆ, ଜୟଶ୍ରୀ ରାଉତରାୟ, ରଶ୍ମିତା ପରିଡ଼ା, ହରପ୍ରିୟା ମହାନ୍ତି, ସବିତା ଭୂଇଁଆ, ସରୋଜିନୀ ବିଶ୍ୱାଳ ପ୍ରଭୃତି ଯୋଗ ଦେଇଥିଲେ । ହରପ୍ରିୟା, ଖୁସୀ, ମାଳତୀ, ଶୀବାନୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଓ ସାଗର, ଶୁକଦେବ, ରେଣ୍ଟା ଅଭିଭାଷଣ ଦେଇଥିବାବେଳେ ଅନିମେଶ ଅନୁପମ ଶାସ୍ତ୍ରୀୟ ସଂଗୀତ ଗାନ କରିଥିଲେ ।

ସମ୍ବନ୍ଧିତ ଖବର