ବ୍ରହ୍ମପୁର: ବ୍ରହ୍ମପୁରର ଐତିହାସିକ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରାର କିମ୍ବଦନ୍ତୀ ଅତି ପ୍ରାଚୀନ। ମା’ଙ୍କ ଆର୍ବିଭାବର ବହୁ ବର୍ଷ ପରେ ଯାତ୍ରା ଆରମ୍ଭ ହୋଇଥିବା ଅନୁମାନ କରାଯାଇଛି। ପୂର୍ବରୁ ମା’ଙ୍କୁ ତେଲୁଗୁ ସ˚ପ୍ରଦାୟଙ୍କ ପକ୍ଷରୁ ସେବା କରାଯାଇ ଆସୁଥିବା ନଜିର ରହିଛି। କାଳକ୍ରମେ ଏହା ଭଣ୍ତାରି ଜାତି ପକ୍ଷରୁ ସେବା କରାଯିବା ପରେ ମା’ଙ୍କ ଯାତ୍ରାକୁ ଡେରା ସ˚ପ୍ରଦାୟ ପକ୍ଷରୁ ପରିଚାଳନା କରାଯାଉଥିଲା। ପ୍ରାୟ ୩ଶହ ବର୍ଷ ତଳେ ଗଡ଼ଜାତ ଶାସନକାଳରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବ˚ଶ ପରମ୍ପରା ଉପରେ ଆଧାରିତ।
ବୟୋଜ୍ୟୋଷ୍ଠ ବ୍ୟକ୍ତିଙ୍କ କହିବାନୁସାରେ ୧୭ଶହ ମସିହାରୁ ଆରମ୍ଭ ହୋଇଥିବା ମା’ଙ୍କ ଯାତ୍ରାକୁ ପ୍ରଥମେ ଡେରାକୁଳର ଜନୈକ ବ୍ୟକ୍ତି ସ˚ପ୍ରଦାୟର ସହଯୋଗରେ ଆରମ୍ଭ କରିଥିଲେ। ଡେରା ସ˚ପ୍ରଦାୟର ପାତଲା ପାରେୟା ଦେଶୀବେହେରା ହେଉଛନ୍ତି ମା’ଙ୍କ ଜଣେ ବଡ଼ଭକ୍ତ। ସ୍ବର୍ଗତ ପାରେୟା ପ୍ରତ୍ୟେହ ମା’ଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରନ୍ତି। ବର୍ତ୍ତମାନର ମା’ଙ୍କ ମନ୍ଦିର ଜନବସତି ଭିତରେ ଥିବା ବେଳେ ପୂର୍ବରୁ ଉକ୍ତ ସ୍ଥାନ ବଣଜଙ୍ଗଲ ହୋଇ ରହିଥିଲା। ପ୍ରତ୍ୟେକ ଦିନ ଜଙ୍ଗଲିଆ ରାସ୍ତାରେ ପାରେୟା ମା’ଙ୍କୁ ଦର୍ଶନ କରି ଫେରନ୍ତି। ଦିନେ ଦର୍ଶନ କରି ଫେରିବା ବେଳେ ସ˚ଧୢାରେ ଏକ ଝିଅର କ୍ରନ୍ଦନ ଶୁଣିବାକୁ ପାଇଲେ। ପାରେୟା ଯାଇ ଦେଖିଲେ ଏକ ଅଳ୍ପବୟସ୍କା ଝିଅ ରାସ୍ତା ଉପରେ କ୍ରନ୍ଦନ କରୁଛି। ପାରେୟା କ୍ରନ୍ଦନ କରିବାର କାରଣ ଜାଣିବାକୁ ଚେଷ୍ଟା କରିବା ସହ ଝିଅକୁ ଆଶ୍ବସନା ଦେଲେ। ପାରେୟାର ଆଶ୍ବସନା ଶୁଣି କ୍ରନ୍ଦନରତ ଝିଅ ବାଟହୁଡ଼ି ବାପଘରକୁ ଯିବା ପାଇଁ ରାସ୍ତା ପାଉନାହିଁ ବୋଲି ସୂଚନା ଦେଲେ। ବାପାଙ୍କ ନାମ ଜାଣିନାହିଁ ବୋଲି କହିବା ପରେ ପାରେୟା ମୁଁ ତୋ ବାପ ପରି ଚାଲ ଆଜି ରାତିକ ପାଇଁ ମୋ ଘରେ ରହି କାଲି ତୋ ବାପାର ପରିଚୟ ଖୋଜି ଘରେ ଛାଡ଼ିଦେବି ବୋଲି କହିବା ପରେ କ୍ରନ୍ଦନରତ ଝିଅଟି ନିରବ ରହିଥିଲା। କିଛି ସମୟ ପରେ ହଠାତ୍ ଉକ୍ତ ସ୍ଥାନରୁ ଝିଅଟି ଅନ୍ତର୍ଦ୍ଧାନ ହୋଇଯାଇଥିଲେ।
ଅନ୍ଧାର ରାତିରେ ପାରେୟା କ୍ରନ୍ଦନରତ ଝିଅଟି ଅନ୍ତର୍ଦ୍ଧାନ ହେବା ଦେଖି ଆଶ୍ଚର୍ଯ୍ୟ ହୋଇ ମନଦୁଃଖରେ ଘରକୁ ଫେରିଥିଲେ। ରାତିରେ ପତ୍ନୀଙ୍କୁ ଏସମସ୍ତ ଘଟଣା ସ˚ପର୍କରେ ଅବଗତ କରାଇବା ପରେ ମଧୢରାତ୍ରିରେ ପାରେୟାଙ୍କୁ ମା’ ସ୍ବପ୍ନରେ ଆସି ସ˚ଧୢାବେଳର ସମସ୍ତ ଘଟଣା ମନେ ପକାଇବା ସହ ଆଜି ଠାରୁ ତୁ ମୋର ବାପ ହେଲୁ ବୋଲି କହିବା ସହ ମୋତେ ଝିଅ ଭାବେ ଘରକୁ ଆଣିବାକୁ ସୂଚନା ଦେଇଥିଲେ। ରାତ୍ରିର ସମସ୍ତ ବୃତ୍ତାନ୍ତ ପାରେୟା ନିଜ ଜାତିଭାଇଙ୍କୁ କହିବା ପରେ ସ˚ପ୍ରଦାୟ ପକ୍ଷରୁ ମା’ଙ୍କୁ ଆଣିବା ପାଇଁ ସ୍ଥିର କରିଥିଲେ। ତେବେ କେଉଁସମୟରେ ମା’ଙ୍କୁ ଅଣାଯିବ ସେନେଇ ଭାବନା ଚାଲିବା ପରେ ମା’ ପୁଣି ପାରେୟାକୁ ସ୍ବପ୍ନରେ ଆସି ନିର୍ଦ୍ଧାରିତ ସମୟରେ ମୁଁ ଆସିବା ପାଇଁ ସୂଚନା ପ୍ରଦାନ କରିବି, ସେହି ଅନୁଯାୟୀ ପ୍ରସ୍ତୁତ ହୁଅ ବୋଲି କହିବା ପରେ ମା’ଙ୍କ ଆଦେଶକୁ ପାରେୟା ଓ ଡେରା ସ˚ପ୍ରଦାୟ ଅପେକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟରେ ମା’ଙ୍କ ଅନୁମତି ପାଇବା ପରେ ସ˚ପ୍ରଦାୟ ଲୋକଙ୍କ ଗହଣରେ ମା’ଙ୍କୁ ନିମନ୍ତ୍ରଣ କରି ଯାତ୍ରା ଆରମ୍ଭ କରାଯାଇଥିଲା। ସେ ସମୟରେ ସ˚ପ୍ରଦାୟର ବିଭିନ୍ନ ଅଞ୍ଚଳରେ ଜଣେ ଜଣେ ସାହି ମୁଖିଆ ଥିଲେ, ସେମାନେ ସେନାପତି ଭାବେ ପରିଚିତ ଥିଲେ। ବ୍ରହ୍ମପୁର ସହରକୁ ୭ଟି ଅଞ୍ଚଳରେ ବିଭକ୍ତ କରି ୭ଜଣ ସେନାପତିଙ୍କ ସହଯୋଗରେ ଯାତ୍ରା ପରିଚାଳନା କରିଆସିଲେ।
କାଳକ୍ରମେ ପାରେୟାଙ୍କ ପରେ ତାଙ୍କ ବ˚ଶାନୁକ୍ରମେ ପି. ଲିଙ୍ଗରାଜ ଦେଶୀବେହେରା, ପି. ପୋଲେୟା ଦେଶୀବେହେରା, ପି. ବିଶ୍ବନାଥ ଦେଶୀବେହେରା, ପି. ବାସବରାଜୁ ଦେଶୀବେହେରା ଯାତ୍ରା ପରିଚାଳନା କରିବା ପରେ ବାସବରାଜୁ ନିଜର ଏକ ପୁତ୍ରକୁ ଗୋସାଇଁ ବାପାଙ୍କ ନାମ ପୋଲେୟାଙ୍କ ନାମରେ ନାମିତ କରିଥିଲେ। ୧୯୦୧ମସିହାରେ ଜନ୍ମଗ୍ରହଣ କରିଥିବା ପୋଲେୟା ଦେଶୀବେହେରା ୧୯୧୭ମସିହାରୁ ମା’ଙ୍କ ଯାତ୍ରା ପରିଚାଳନା କରିଥିଲେ। ତାଙ୍କ ଧର୍ମପତ୍ନୀ ପାତଲା ଗୌରୀମହାଲକ୍ଷ୍ମୀ ରାଜମଣୀ ମା’ଙ୍କୁ ଆବହନ କରିବା ସହ ମା’ଙ୍କ ଆଜ୍ଞାମାଳ ବହନ କରି ଘଟପରିକ୍ରମା କରୁଥିଲେ। ସ୍ବର୍ଗତ ପୋଲେୟାଙ୍କ ପୁତ୍ର ନଥିବାରୁ ନାତି ତଥା ସାନଝିଅ ଭି. ଲକ୍ଷ୍ମୀକାନ୍ତାଙ୍କ ଏକମାତ୍ର ପୁତ୍ର ଦୁର୍ଗାପ୍ରସାଦକୁ ପୁତ୍ରଭାବେ ଗ୍ରହଣ କରି ଯାତ୍ରା ପରିଚାଳନା କରିବାକୁ ଅନୁମତି ଦେଇଥିଲେ। ବର୍ତ୍ତମାନର ପାତଲା ଦୁର୍ଗା ପ୍ରସାଦ ଦେଶୀବେହେରା ୧୯୯୫ମସିହାରୁ ମା’ଙ୍କ ଯାତ୍ରା ପରିଚାଳନା କରୁଥିବା ବେଳେ ଧର୍ମପତ୍ନୀ ପି. ଦେବକୀ ମା’ଙ୍କ ଆଜ୍ଞମାଳ ଆଣିବା ଓ ମା’ଙ୍କ ଘଟବହନ କରି ଆସୁଛନ୍ତି। ଏହାଛଡା ସ˚ପ୍ରଦାୟର ମହିଳାମାନେ ପୂର୍ବପରି ଅନ୍ୟ ୮ଟି ପାର୍ଶ୍ବଘଟକୁ ବହନ କରି ଯାତ୍ରା କାର୍ଯ୍ୟରେ ନିୟୋଜିତ ରହୁଥିବା ଜଣାପଡିଛି।