ଥାନା ଭିତରେ ମାଡ଼ ଘଟଣା : ଆଇଆଇସିଙ୍କୁ ହେଡ୍‌କ୍ବାର୍ଟର ବଦଳି

ଭଞ୍ଜନଗର/ବୁଗୁଡା : ବୁଗୁଡା ଅଞ୍ଚଳର ଆଇନଜୀବୀ ହରପ୍ରସାଦ ଦାଶଙ୍କୁ ମାଡ଼ ଘଟଣାରେ ଥାନା ଅଧିକାରୀ ରାମଚନ୍ଦ୍ର ବିଶ୍ବାଳଙ୍କୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ଏହା ପୂର୍ବରୁ ଥାନା ଅଧିକାରୀଙ୍କୁ ନିଲମ୍ବନ ଓ ବଦଳି ଦାବିରେ ଗ˚ଜାମ ଏବ˚ ଭ˚ଜନଗର ଓକିଲ ସ˚ଘ ପକ୍ଷରୁ ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ ସି˚ଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ବିଭିନ୍ନ ଆଇନଜୀବୀ ସ˚ଘ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଇଥିଲା। ଆଜି ଅପରାହ୍ନରେ ଥାନା ଅଧିକାରୀଙ୍କୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହୋଇଥିବା ନେଇ ଗ˚ଜାମ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରୁ ବିଧିବଦ୍ଧ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର