କାଲିମେଳା: ଏକ ସରକାରୀ ଜମିରେ ଘର ନିର୍ମାଣକୁ କେନ୍ଦ୍ର କରି ଏମଭି୧୨୬ ଗ୍ରାମରେ ଉତ୍ତେଜନା। କାଲିମେଳା ଓ ମୋଟୁ ୩୨୬ଜାତୀୟ ରାଜପଥର ଏମଭି୧୨୬ ଗ୍ରାମ ନିକଟରେ ଥିବା ଏହି ଜମିରେ ଏମପିଭି ୭୧ ଗ୍ରାମର ଜଣେ ଲୋକ ରାତାରାତି ଘର ନିର୍ମାଣ କରିଥିଲେ। ଏହାକୁ ବିରୋଧ କରିଥିଲେ ନାଳଗୁଣ୍ଠି ଗ୍ରାମବାସୀ। ଆଜି ଏଠାରେ ନାଳଗୁଣ୍ଠି ଗ୍ରାମବାସୀମାନେ ପହଞ୍ଚି ନିର୍ମାଣ କରାଯାଇଥିବା ଘରକୁ ଭାଙ୍ଗି ଦେଇଥିଲେ। ଏହା ସହ ଘର ନିର୍ମାଣକୁ ବିରୋଧ କରି ୩୨୬ଜାତୀୟ ରାଜପଥକୁ ଅବରୋଧ କରିଥିଲେ।

Advertisment

ଖବର ପାଇ ଏମଭି୭୯ ପୁଲିସ ଓ କାଲିମେଳା ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।