ଏଣିକି ବିଧାନସଭା ଅତିଥି ଭବନ ଓ ବିଧାୟକଙ୍କ ବାସଗୃହ ରକ୍ଷଣାବେକ୍ଷଣ କରିବ କୋଠାବାଡ଼ି ଡିଭିଜନ୍‌

ଭୁବନେଶ୍ୱର : ବିଧାନସଭା ଅଧୀନସ୍ଥ ପଟେଲ ହଲ୍‌ (ପୁରାତନ ବିଧାନସୌଧ), ପୂର୍ବତନ ବିଧାୟକଙ୍କ ଅତିଥି ଭବନ, ନୂଆ ଅତିଥି ଭବନ ଓ ବିଧାୟକଙ୍କ ବାସଗୃହ ରକ୍ଷଣାବେକ୍ଷଣ ରାସ୍ତା ଓ କୋଠାବାଡ଼ି ଡିଭିଜନ୍‌-୧ କରିବ। ଏ ନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ବ୍ୟୟବରାଦ କରାଯାଇଛି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ଡିଭିଜନ୍‌ର ଅଧିକାରୀଙ୍କୁ ବାଚସ୍ପତି ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏସବୁର ରକ୍ଷଣାବେକ୍ଷଣ ଦାୟିତ୍ବ ପୂର୍ତ୍ତ ବିଭାଗର ଦୁଇଟି ଡିଭିଜନ୍‌ ଦ୍ବାରା କରାଯାଉଥିଲା। ଏଥିରେ ବହୁ ଅସୁବିଧା ହେବାରୁ ରାସ୍ତା ଓ କୋଠାବାଡ଼ି ଡିଭିଜନ୍‌-୧ ଅଧୀନକୁ ଆଣିବାକୁ ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରସ୍ତାବ ଦେଇଥିଲେ। ଏହି ବୈଠକରେ ରାସ୍ତା ଓ କୋଠାବାଡ଼ି ଡିଭିଜନ୍‌-୧ର ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଜନସ୍ବାସ୍ଥ୍ୟ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର

Comments are closed.