ନୀଳଗିରି: ଜବରଦଖଲ ଉପରେ ବୁଲିଲା ବୁଲଡୋଜର। ବାଲେଶ୍ବର ଜିଲ୍ଲା ସେରଗଡ଼ ନୀଳଗିରି ଝରଣାଘାଟି ଦେଇ ମୟୂରଭଞ୍ଜ ଜିଲ୍ଲା ଉଦଳାକୁ ସଂଯୋଗ କରୁଥିବା ୧୯ ନଂ ରାଜ୍ୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ସଜନାଗଡ଼ ବଜାରରେ ଜବରଦଖଲ କରିଥିବା କିଛି ଦୋକାନ ଘରକୁ ଆଜି ନୀଳଗିରି ତହସିଲ ପକ୍ଷରୁ ବୁଲଡୋଜର ସାହାଯ୍ୟରେ ଉଚ୍ଛେଦ କରାଯାଇଛି। ଦୀର୍ଘ ଦିନ ଧରି ଜବରଦଖଲକାରୀମାନେ ସରକାରୀ ଜାଗାକୁ ଜବରଦଖଲ କରିଥିବା ଯୋଗୁଁ ଯାତାୟାତରେ ବାଧାପ୍ରାପ୍ତ ସୃଷ୍ଟି ହେଉଥିଲା। ଆଜି ନୀଳଗିରି ଅତିରିକ୍ତ ତହସିଲଦାର ପ୍ରଦୀପ୍ତ ଦାଶଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ଉପସ୍ଥିତିରେ ଜବରଦଖଲ ହଟାଯାଇଛି। ଆଜି ପ୍ରାୟ ୫୦ଟି ଦୋକାନ, ମନ୍ଦିର ଓ ଘର ଭଙ୍ଗାଯାଇଥିବା ସୂଚନା ରହିଛି।

Advertisment

ଜବରଦଖଲ ଉଚ୍ଛେଦ ନେଇ ଅତିରିକ୍ତ ତହସିଲଦାର ଶ୍ରୀ ଦାଶ କହିଛନ୍ତି ଯେ, ପୂର୍ବରୁ ଜବରଦଖଲ ଉଚ୍ଛେଦ ନେଇ ନୋଟିସ କରାଯାଇଥିଲା। ଯେଉଁମାନେ ଜବରଦଖଲ ଛାଡ଼ି ନଥିଲେ, ସେଠାରେ ଆଜି ବୁଲଡୋଜର ଲଗାଯାଇଥିଲା। ଆଗାମୀ ଦିନରେ ମଧ୍ୟ ଏହି ରାସ୍ତାର ସଂପ୍ରସାରଣ ପାଇଁ ଉ‌ଚ୍ଛେଦ ପ୍ରକ୍ରିୟା ଜାରି ରହିବ।