ମାକେନା ଆକ୍ରମଣରେ ୩ ଗୋରୁ ମୃତ

ଭୁବନେଶ୍ୱର: ରବିବାର ପ୍ରତ୍ୟୁଷରେ ରାଜଧାନୀ ଉପକଣ୍ଠସ୍ଥ ଅନ୍ଧାରୁଆ ଗ୍ରାମ ଅନ୍ତର୍ଗତ ବିଲରେ ଏକ ମାକେନା ହାତୀ କବଳରେ ପଡ଼ି ୩ଟି ଗୋରୁ ଓ ମଇଁଷି ପ୍ରାଣ ହରାଇଛନ୍ତି।

ଚନ୍ଦକା ଜଙ୍ଗଲରୁ ସେ ମାକେନା ହାତୀଟି ଆସିଥିବା କଥା ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି। ବିଲରୁ ପାଚିଲା ଧାନ ଖାଇବା ପାଇଁ ଚନ୍ଦକାରୁ ହାତୀମାନେ ଆସି ସେଠାରେ ଚରାବୁଲା କରୁଥିବା ଗୃହପାଳିତ ପଶୁଙ୍କୁ ଆକ୍ରମଣ କରି ମାରି ପକାଉଛନ୍ତି। ସେଥିପାଇଁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ପ୍ରକାଶ ପାଇଛି।

ଖବର ପାଇ ବନ ବିଭାଗର କର୍ମଚାରୀ ଏବଂ ଚନ୍ଦକା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର