ଅନୁଗୁଳ : ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡରୁ ଉତ୍ତେଜନା। ହତାହାତିରୁ ଫୁଟିଲା ଗୁଳି! ଅନୁଗୁଳ ଟାଉନ୍ ଥାନା ନିକଟବର୍ତ୍ତୀ ଏକ ପ୍ରମୁଖ ସ୍ଥାନରେ ଆଜି ଅପରାହ୍ଣରେ ଏମିତି ଏକ ଘଟଣା ଘଟିଥିବା ନେଇ ସହରରେ ଜୋର ଚର୍ଚ୍ଚା ଧରିଛି। ଗୋଟିଏ ଗୋଷ୍ଠୀ ବନ୍ଧୁକରୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିବା କୁହାଯାଉଛି। କିନ୍ତୁ, ଏ ଘଟଣାକୁ ଅନୁଗୁଳ ଟାଉନ ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ ଅସ୍ବୀକାର କରିଛନ୍ତି। ଏମିତି କୌଣସି ସୂଚନା ଆମ ପାଖକୁ ଆସିନାହିଁ ବୋଲି ସେ କହିଛନ୍ତି।
ଅନୁଗୁଳ ସହରରେ ଫୁଟିଲା ଗୁଳି!
/sambad/media/post_attachments/wp-content/uploads/2022/06/firing-ff.jpg)