ବୁଲେଟ ଗାଡ଼ି ଚୋରି, ଥାନାରେ ୩ ଅଟକ

ବଲାଙ୍ଗୀର : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ନିକଟରୁ ଏକ ବୁଲେଟ ଗାଡ଼ି ଚ‌ୋରି ହେବାର କିଛି ସମୟ ପରେ ତାହାକୁ ପୁଲିସ ଉଦ୍ଧାର କରିଛି। ଚୋରି ମାମଲାରେ ଥାନାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଚୋରି କରି ଚୋର ଏଥର ପୁଲିସ ହାତରୁ ଖସିପାରିନି। ବୁଲେଟ ଚୋରି ହେବା ପରେ ବୁଲେଟର ମାଲିକ ପୁଲିସକୁ ଖବର କରିଥିଲେ। ଏହାପରେ ପୁଲିସ ତତ୍ପର ହୋଇଥିଲା।

ବୁଲେଟ ଯାହାଙ୍କ ଚୋରି ହୋଇଥିଲା ତାଙ୍କ ସଂପର୍କୀୟ ଲାଲଟିକ୍ରାର ଏକ ଗ୍ୟାରେଜରେ ତାହା କାମ ହେଉଥିବା ଦେଖିବାକୁ ପାଇଥିଲେ। ପୁଲିସ ଏହା ଜାଣିବା ପରେ ତୁରନ୍ତ ସେଠାରୁ ବୁଲେଟକୁ ଜବତ କରିବା ସହ ସେଠାରେ ଗାଡ଼ିର କାମ କରାଉଥିବା ଯୁବକଙ୍କୁ ଥାନାକୁ ଆଣିଥିଲା। ଯୁବକ ଜଣକ ଆଉ ଦୁଇ ଜଣଙ୍କ ନାଁ ନେଇଥିଲେ। ପୁଲିସ ସେମାନଙ୍କୁ ବି ଥାନାକୁ ଆଣି ପଚରାଉଚୁରା ଚଳାଇଛି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର