କୋରାପୁଟ: ଘରେ କେହି ନଥିବା ବେଳେ ଘରର ତାଲା ଭାଙ୍ଗି ଚୋରୀ ମାମଲାରେ କୋରାପୁଟ ସଦର ପୁଲିସ ପକ୍ଷରୁ ୪ ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଜୟପୁର ରୋଡରେ କଫି ବୋର୍ଡ ସାମନାରେ ରହୁଥିବା ଗଣେଶ କୁମାର ବେହେରା ଓ ତାଙ୍କ ପରିବାର ଗତ ୧ ତାରିଖରେ ସେମାନଙ୍କ ଗାଁକୁ ଯାଇଥିଲେ।
ଗତ ୫ ତାରିଖ ରାତିରେ କିଛି ଅଜଣା ଅପରାଧୀ ଗଣେଶ ବେହେରାଙ୍କ ଘରେ ଗ୍ରୀଲ୍ ଏବଂ ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି ପଶି ୨୦,୦୦୦ ଟଙ୍କା ନଗଦ, ପ୍ରାୟ ୧୫ ଗ୍ରାମ ଓଜନର ଦୁଇଟି ସୁନା ଚେନ୍, ପ୍ରାୟ ୮ ଗ୍ରାମ ଓଜନର ଚାରିଟି ମୁଦି ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିଲେ। ଅପରାଧୀମାନେ ୪ଟି ଆଲମିରାର ତାଲା ମଧ୍ୟ ଭାଙ୍ଗି ଦେଇଥିଲେ।
ଏନେଇ ପଡ଼ୋଶୀ ପ୍ରମୀଳା ବେହେରା ଗତ ୬ ତାରିଖରେ ସଦର ଥାନାରେ ଏକ ଏତଲା ଦେଇଥିଲେ। ଏ ନେଇ ସଦର ଥାନାରେ କେସ ନଂ ୧୧୩/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ। ଏସଆଇ ଫକିର ମୋହନ ଖରା ଏହି ଘଟଣାର ତଦନ୍ତ କରି ଏହି ଚୋରି ମାମଲାରେ ସାମିଲଥିବା ୪ ଜଣଙ୍କୁ ଗିରଫ କରିଛି। ଏହି ୪ ଜଣ ହେଲେ ଢ଼େପ ସାହିର ଉତ୍ପଳ ଆଫିର ଉଜେ ଓରଫ ଆଫିର (୨୭) , ପଦେଇଗୁଡାର ଅର୍ଜୁନ କିର୍ସାନି (୨୭) , ଢ଼େପସାହିର ମୁକେଶ ବିଶ୍ୱାସ (୨୫) ଓ ଛାପର ଗାଁର ଗୋବିନ୍ଦ ଜାନୀ ଓରଫ ବୁଡୁ (୩୯)।
ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କଠାରୁ ଗୋଟିଏ ସୁନା ଚେନ୍, ଗୋଟିଏ ସୁନା ମୁଦି, ୩,୫୦୦ ଟଙ୍କା ଜବତ କରାଯାଇଛି। ସେମାନେ ଗୋଟିଏ ଟିଭିଏସ୍ ଆପାଚି ମୋଟରସାଇକେଲ ଓଡି ୧୦ଇ ୬୪୧୨ ବ୍ୟବହାର କରିଥିଲେ ଯାହା ଜବତ କରାଯାଇଛି। ପୋଡାଗଡା ବଜାର ଅଞ୍ଚଳର ଦୁଇଟି ଚୋରି ମାମଲାରେ ଆଫିର ଉଜେ ଏବଂ ଅର୍ଜୁନ କିର୍ସାନି ସମ୍ପୃକ୍ତ ଥିବାର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
Koraput | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/20/burglary-after-breaking-lock-while-no-one-is-home-4-arrested-2025-08-20-20-44-29.jpg)