ବୁର୍ଲା ଜୁଆ ଆଡ୍ଡାରେ ଚଢ଼ଉ ଘଟଣା : ୭ ଗିରଫ, ୭୧ ହଜାର ଟଙ୍କା ଜବତ
ବ୍ୟକ୍ତିଗତ ମୁଚାଲିକାରେ ମୁକୁଳିଲେ ଅଭିଯୁକ୍ତ
ସମ୍ବଲପୁର : ରବିବାର ବିଳମ୍ବିତ ରାତିରେ ବୁର୍ଲା ଥାନା ଭକ୍ତିମଣ୍ଡପ ଅଞ୍ଚଳରେ ଜୁଆ ଖେଳ ହେଉଥିବା ସୂଚନା ପାଇ ପୁଲିସ୍ ଚଢ଼ଉ କରିଥିଲା। ଏହି ଘଟଣାରେ ପୁଲିସ୍ ୭ ଜଣଙ୍କୁ ଗିରଫ କରିଥିବା ସମୟରେ ସେମାନଙ୍କ ନିକଟରୁ ନଗଦ ୭୧ ହଜାର ୮୧୦ ଟଙ୍କା, ୫ଟି ମୋବାଇଲ ଓ ଗୋଟିଏ ବିଡା ତାସ୍ ଜବତ କରିଥିଲା।
ତେବେ ବିଳମ୍ବିତ ରାତିରେ ବ୍ୟକ୍ତିଗତ ମୁଚାଲିକାରେ ଏହି ଅଭିଯୁକ୍ତଙ୍କୁ ପୁଲିସ୍ ଥାନାରୁ ଛାଡ଼ିଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ ହେଲେ ବୁର୍ଲାର ସୁରେନ୍ଦ୍ର ବିଶ୍ବାଳ, ସନ୍ତୋଷ ସାହୁ, ସନ୍ତୋଷ ସେଠୀ, ହରିହର ପଣ୍ଡା, ସୁଶୀଳ ନିଆଳ, ଜ୍ୟୋତିପ୍ରକାଶ ମହାପାତ୍ର, ସରୋଜ ବେହେରା।