ସମ୍ବଲପୁର: ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଅନୁଷ୍ଠିତ ଓଡ଼ିଶା ନ୍ୟାୟିକ ସେବା(ଓଜେଏସ୍) ପାଇଁ ଚୟନ ହୋଇଛନ୍ତି ବୁର୍ଲାର ଝିଅ ପ୍ରତିଭା ଦାଶ। ବୁର୍ଲା ପିଜି ଛକ ନିକଟରେ ରହୁଥିବା ପ୍ରତିଭା ଚୂଡ଼ାନ୍ତ ଚୟନ ତାଲିକାରେ ୩୧ତମ ରୢାଙ୍କ ହାସଲ କରିଛନ୍ତି। ପ୍ରତିଭା ୨୦୨୦ ମସିହାରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଆଇନ ସ୍ନାତକୋତ୍ତର ପରୀକ୍ଷାରେ ସ୍ବର୍ଣ୍ଣପଦକ ହାସଲ କରିଥିଲେ।
ସେ ୟୁନିଭର୍ସିଟି ଲ’ କଲେଜ, ବାଣୀବିହାରରୁ ସେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ପ୍ରତିଭାଙ୍କ ପିତା ପ୍ରସନ୍ନ କୁମାର ଦାଶ ବିଏସ୍ଏଫ୍ରେ ଥିବା ବେଳେ ମା’ ପ୍ରିୟଦର୍ଶିନୀ ରଥ ଜଣେ ଗୃହିଣୀ। ଆଇନଗତ ସମସ୍ୟାର ସମାଧାନ ଏବଂ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସେ ଓଡ଼ିଶା ନ୍ୟାୟିକ ସେବାରେ ଯୋଗ ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିବା ପ୍ରତିଭା କହିଛନ୍ତି। ପ୍ରଥମ ଉଦ୍ୟମରେ ପ୍ରତିଭା ଏହି ସଫଳତା ହାସଲ କରି ସମ୍ବଲପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।