କଟକ: ବୁର୍ଲା ଭିମ୍ସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ବହିଷ୍କାର ଦାବିରେ ଗୁରୁବାର ଜୁନିଅର ଡାକ୍ତର ସଂଘ ରାଜ୍ୟ ସରକାରଙ୍କୁ ୪୮ ଘଣ୍ଟା ମହଲତ ଦେଇଛି। କଟକରେ ଅନୁଷ୍ଠିତ ଭିମ୍ସାର, ଏସ୍ସିବି ଏବଂ ଏମ୍କେସିଜି କନିଷ୍ଠ ଡାକ୍ତରଙ୍କ ବୈଠକରୁ ଏହା ଜଣାପଡ଼ିଛି। ଜୁନିଅର ଡାକ୍ତର ସଂଘ କହିଛି, ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ। ଆନ୍ଦୋଳନରେ ରାଜ୍ୟର ୩ଟି ପ୍ରମୁଖ ମେଡିକାଲ କଲେଜର ଜୁନିଅର ଡାକ୍ତରମାନେ ସାମିଲ ହେବେ।
ଜୁନିଅର ଡାକ୍ତରଙ୍କ ଦାବି
-ଯଥାଶୀଘ୍ର ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ ବହିଷ୍କାର କରାଯାଇ ଆଇନ୍ ଅନୁଯାୟୀ ଦଣ୍ଡବିଧାନ କରାଯାଉ। କାରଣ ସେ ନିରୀହ ରୋଗୀଙ୍କ
-ଉପରେ ଅନ୍ୟାୟ ଓ ଅନୈତିକ ପରୀକ୍ଷା କରିଛନ୍ତି, ଯାହାଦ୍ୱାରା କି ଅନେକ ରୋଗୀ ମୃତ୍ୟୁର ଶିକାର ହୋଇଛନ୍ତି।
-ଏମ୍ସିଆଇ ରେଜିଷ୍ଟ୍ରେସନ୍ ଖାରଜ କରାଯାଉ, ଯାହା ଦ୍ୱାରା ସେ ଅନ୍ୟ କୌଣସି ନିରୀହ ରୋଗୀଙ୍କ ମୃତ୍ୟୁର କାରଣ ହୋଇପାରିବେ ନାହିଁ।
ଜୁନିଅର ଡାକ୍ତରଙ୍କ ଘୋଷଣା
-ପୁଲିସ ଏବଂ ସମନ୍ତ ତଦନ୍ତକାରୀ ସଂସ୍ଥାକୁ ମାମଲାର ତଦନ୍ତ ପାଇଁ ଆମେ ସହଯୋଗ କରିବୁ।
-ଜନସାଧାରଣ, ରୋଗୀ ଏବଂ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଆମେ ସବୁ ବିଧିବ୍ୟବସ୍ଥାର ସାହାଯ୍ୟ କରିବୁ।
-ସମସ୍ୟାର ସମାଧାନ ନହେଲା ପର୍ଯ୍ୟନ୍ତ ଆମେ ଧାରଣା ଜାରି ରଖିବୁ।