ଖୋଲିଲା ବୁର୍ଲା ପ୍ଲାନେଟାରିୟମ

ଭୁବନେଶ୍ୱର : ଗତ ଗୁରୁବାରଠାରୁ ବନ୍ଦ ପଡ଼ିଥିବା ବୁର୍ଲାର ପ୍ଲାନେଟାରିୟମରେ ଆଜିଠାରୁ ଖୋଲିଛି। ଆଜି ୧୧ଟା ୪୫ରେ ପ୍ରଥମ ସୋ ଆରମ୍ଭ ହେବା ପରେ ଲୋକେ ଧାଡ଼ିବାନ୍ଧି ଟିକେଟ୍‌ କରି ସୋ ଉପଭୋଗ କରିଥିଲେ। ମିଳିଥିବା ସୂଚନା ମୁତାବକ ସ୍ଥାପନ ହୋଇଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକଙ୍କ କହିବା ମୁତାବକ, ଏକ ସଫ୍ଟେଓ୍ଵର୍‌ର ଲାଇସେନ୍‌ସ ସରିଯିବାରୁ ୩ ଦିନ ଧରି ପ୍ଲାନେଟାରିୟମର ସୋ ବନ୍ଦ କରିବାକୁ ପଡ଼ିଥିଲା। ମାତ୍ର ପ୍ଲାନେଟାରିୟମ କର୍ତୃପକ୍ଷଙ୍କ ଉଦ୍ୟମ ପରେ ସୋ ପୁଣି ଚାଲୁ ହୋଇଛି। ସୂଚନାଯୋଗ୍ୟ ଯେ ନିକଟରେ ସମ୍ବଲପୁରର ବୁର୍ଲା ପ୍ଲାନେଟାରିୟମ ସ୍ଥାପନ ପରେ ଏଠାରେ ରେକର୍ଡ ସଂଖ୍ୟକ ଦର୍ଶକଙ୍କ ସମାଗମ ହୋଇ ଆସୁଛି।

ସମ୍ବନ୍ଧିତ ଖବର