ଆସନ୍ତା ୯ ଓ ୧୦ ତାରିଖ ୨ ଦିନ ଲାଗି ବୁର୍ଲାକୁ ସଟଡାଉନ୍ ଘୋଷଣା କଲା ପ୍ରଶାସନ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଧୀନରେ ଥିବା ବୁର୍ଲାକୁ ୨ ଦିନ ଲାଗି ପ୍ରଶାସନ ପକ୍ଷରୁ ସଟଡାଉନ୍ ଘୋଷଣା କରାଯାଇଛି । ଆସନ୍ତା ୯ ଓ ୧୦ ତାରିଖ ପାଇଁ ଏହି ସଟଡାଉନ ଘୋଷଣା କରାଯାଇଛି । ଏହି ସମୟରେ ବୁର୍ଲାର ୩ ନଂ , ୪ନଂ, ୫ ନଂ, ୬ ନଂ ୱାଡ ଓ ୭ ନଂ ୱାର୍ଡ ଅଞ୍ଚଳ ସଟଡାଉନ୍ ହେବ ବୋଲି କୁହାଯାଇଛି ।

image source–sarv jankari

କେବଳ ଜରୁରୀକାଳିନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ସେହିପରି ସଟଡାଉନରୁ ବୁର୍ଲା ଭିମସାର କ୍ୟାମ୍ପସକୁ ବାଦ୍ ଦିଆଯାଇଛି । ଏହା ବାଦ୍ ବୁର୍ଲାର ଆଉ ୮ଟି ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । ୧୦ ତାରିଖ ଯାଏଁ ଏହା ଲାଗୁ ହେବ । ଫାଣ୍ଡି ଛକ, ଗୋପବନ୍ଧୁ ଛକ, ବୋର୍ଡ କଲୋନୀ, ତେଲୁଗୁପଡା, ଗୁରୁଦ୍ୱାର ଛକ, କଣ୍ଟ୍ରାଟାକ୍ଟର କଲୋନୀ, ଗାନ୍ଧି ପଡା, ଭକ୍ତିମଣ୍ଡପରେ ଲାଗୁ ହୋଇଛି ୧୪୪ ଧାରା । ଏହି ଅଞ୍ଚଳ ଗୁଡ଼ିକ ଠାରୁ ୧୦୦ ମିଟର ମଧ୍ୟରେ କେହି ପ୍ରବେଶ କରିପାରିବେ ନାହିଁ ବୋଲି କଟକଣା ଜାରି ହୋଇଛି । ଗତକାଲି ସ୍ଥାନୀୟ ଅଞ୍ଚଳରୁ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର