ପୁରୀ : ଗତକାଲି କୁମ୍ଭାରପଡ଼ା ଥାନା ରେଡ଼କ୍ରସ ରୋଡ଼ କଡ଼ରୁ ମିଳିଥିବା ଦରପୋଡ଼ା ଶବକୁ ଆଜି ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ଅନ୍ୟପଟେ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିଛି। ସେ ଭଦ୍ରକ ଜିଲ୍ଲା ଧାମନଗର ଅନ୍ତର୍ଗତ ଭରତପୁର ନିବାସୀ ବଳରାମ ଧଳଙ୍କ ପୁଅ ଗଣେଶ ଧଳ (୫୩) ବୋଲି ଜଣାପଡ଼ିଛି। ମାନସିକ ଭାରସାମ୍ୟ ହରାଇ ଗଣେଶ ଗତକାଲି ନିଜ ଦେହରେ କିରୋସିନି ଢ଼ାଳି ଆତ୍ମହତ୍ୟା କରିଥିବା ପୁଲିସ କହିଛି। ଆଜି ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି। ତେବେ ଗଣେଶଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିବ ବୋଲି ପୁଲିସ କହିଛି।
ରାସ୍ତା କଡ଼ରୁ ଦରପୋଡ଼ା ଶବ ଜବତ ଘଟଣା : ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା
/sambad/media/post_attachments/wp-content/uploads/2018/12/de-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)