୩୩ କେଭି ତାରରେ ଲାଗି ଜଳି‌ଗଲେ

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରିଷିଗାଁ ପଞ୍ଚାୟତର ଏକ ଅଭାବନୀୟ ଘଟଣା ଘଟିଛି। ନଳକୂପ ଖନନ କରିବା ପାଇଁ ଆସିଥିବା ଏକ ଗାଡ଼ି ୩୩ କେଭି ତାର ସଂସ୍ପର୍ଶରେ ଆସିବାରୁ ହେଲ୍‌ପରଙ୍କ ମୃତ ଘଟିଛି। ମୃତ ହେଲ୍‌ପର୍‌ ହେଉଛନ୍ତି ରାଜ କୁମାର(୨୩)। ତାଙ୍କ ଘର ସଲିୟମପଟ୍ଟି, ଥାନା, ମାଲିଥାରିଆ ଓ ଜିଲ୍ଲା ସେଲମ ବୋଲି ଜଣାଯାଇଛି।

ରିଷିଡ଼ା ଗାଁର ଜନୈକ ବ୍ୟକ୍ତି ନିଜ ଜମିରେ ନଳକୂଅ ଖନନ ପାଇଁ ବୋର‌ୱେଲ ଗାଡ଼ି ଆଣିଥିଲେ। ଗାଡ଼ିଟି ରାସ୍ତାରୁ ଜମି ଭିତରକୁ ପ୍ରବେଶ କରୁଥିବା ସମୟରେ ଉପରେ ଯାଇଥିବା ୩୩ କେଭି ଲାଇନ ତାରରେ ଲାଗି ଯାଇଥିଲା। ଫଳରେ ରାଜକୁମାର ଘଟଣାସ୍ଥଳରେ ଜାଳିଯାଇଥିଲେ।

ଖଡିଆଳ ଥାନା ପୁଲିସ୍‌ ଶବ ବ୍ୟବଚ୍ଛେଦ କରି ମୃତ ରାଜକୁମାରଙ୍କୁ ତାଙ୍କ ଜନ୍ମସ୍ଥାନ ତାମିଲନାଡୁକୁ ପଠାଇବାର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର