ପାପଡ଼ାହାଣ୍ଡି: ନିର୍ବାଚନ ପୂର୍ବରୁ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ରେ ରାଜନୈତିକ ହିଂସା! ଜଣେ କଂଗ୍ରେସ ନେତାଙ୍କ କାର୍ ଓ ମୋଟର୍ ସାଇକଲ୍କୁ ପୋଡ଼ି ଦେଇଛନ୍ତି। ଏହି ଘଟଣାରେ ଜଣେ ବିଜେଡି ନେତାଙ୍କୁ ଗିରଫ କରାଯିବା ପରେ ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି।
ସୂଚନା ଅନୁସାରେ, ପାପଡ଼ାହାଣ୍ଡି ବ୍ଲକ୍ ଡଙ୍ଗରା ପଞ୍ଚାୟତ ମହକୁମାରେ ରହୁଥିବା କଂଗ୍ରେସ ନେତା କେ. ଝାଡେଶ୍ବର କାର୍ ଏବଂ ବାଇକ ନିଜ ଖଳାରେ ରଖିଥିଲେ। ଶନିବାର ବିଳମ୍ବିତ ରାତିରେ ଜଣେ ଯୁବକ ଖଳାରେ ପହଞ୍ଚି ବାଇକ୍ (ଓଆର ୨୪ଏ ୩୫୬୧) ଏବଂ କାର (ଓଆର ୧୦ଜି ୦୦୧୮)ରେ ନିଆଁ ଲଗାଇ ଦେଇଥିଲା। ଅନ୍ଧାରର ସୁଯୋଗ ନେଇ ଯୁବକ ଜଣକ ସେଠାରୁ ଖସି ଯାଇଥିଲା।
ନିଆଁ ଚାରିଆଡ଼କୁ ବ୍ୟାପିଯାଇ ଉଭୟ ଗାଡ଼ି ସଂପୂର୍ଣ୍ଣ ଜଳି ଯାଇଥିଲା। ଏ ନେଇ ଝାଡେଶ୍ୱର କୋଡ଼ିଙ୍ଗା ଥାନାରେ ସଂପୃକ୍ତ ଯୁବକ ବିରୋଧରେ ଲିଖିତ ଅଭିଯୋଗ ଦେଇଥିଲେ। କୋଡ଼ିଙ୍ଗା ପୁଲିସ ତତ୍ପରତା ପ୍ରକାଶ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ମିଳିଥିବା ସୂଚନା ଆଧାରରେ ବିଜେଡି ନେତା ଯୁଧିଷ୍ଠିର ଗୌଡ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କୋଡ଼ିଙ୍ଗା ଥାନା ଅଧିକାରୀ ଦୁର୍ଗା ମାଧବ ବାଗ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/20.jpg)