ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲ ଉପରେ ଆଖପାଖ ପାଞ୍ଚଟି ଜିଲ୍ଲାର ହଜାର ହଜାର ରୋଗୀ ନିର୍ଭର କରନ୍ତି। କିନ୍ତୁ ମେଡିକାଲ କଲେଜ ହସପିଟାଲ ହେବା ଦିନଠୁ ଏଠାରେ ବନ୍ଦ ପଡ଼ିଥିଲା ବର୍ଣ୍ଣ ୟୁନିଟ। ଫଳରେ କୌଣସି ପୋଡ଼ାଜଳା ରୋଗୀ ଆସିଲେ ଜେନରାଲ ୱାର୍ଡରେ ଭର୍ତ୍ତି ହେଉଥିଲେ। ଟିକିଏ ଗୁରୁତର ହେଲେ ବୁର୍ଲାକୁ ପଠାଇ ଦିଆଯାଉଥିଲା। ଗତ ୫ ତାରିଖ ଦିନ ଦେଓଗାଁ ଭୁତିଆରବାହାଲ କ୍ରସରଠାରେ ଗ୍ୟାସ୍ ସିଲିଣ୍ଡର ଫାଟି ତିନିଜଣ ଶ୍ରମିକ ପୋଡ଼ିଯାଇଥିଲେ।
ସେତେବେଳେ ହସପିଟାଲରେ ବର୍ଣ୍ଣ ୟୁନିଟ ତାଲା ପଡ଼ିଥିଲା। ଏହାକୁ ଗୁରୁତ୍ବର ସହ ନେଇଥିଲେ ଜିଲ୍ଲାପାଳ ଚଞ୍ଚଳ ରାଣା। ଆଜି ହସପିଟାଲର ସର୍ଜରି ୱାର୍ଡରେ ନୂତନ ବର୍ଣ୍ଣ ୟୁନିଟର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ। ଏହି ସମୟରେ ହସପିଟାଲର ଅଧୀକ୍ଷକ ମହେନ୍ଦ୍ର ନାୟକଙ୍କ ସହିତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହି ଅବସରରେ ହସପିଟାଲ ପରିସରରେ ଶିଶୁୱାର୍ଡରେ ଆଇସିୟୁ, ଲେବର ରୁମରେ ଅଲଟ୍ରାସାଉଣ୍ଡ ମେସିନ ଏବଂ କୋଲ୍ଡ ଷ୍ଟୋରେଜର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ହସପିଟାଲର ସବୁ ପ୍ରକାର ସମସ୍ୟାର ସମାଧାନ କାରଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/11-9.jpg)