ନିଆଁରେ ପୋଡ଼ି ମହିଳା ମୃତ  

ଜମନକିରା: ବୁର୍ଲା ଭିମ୍‌ସାରରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ରାତି ୭ଟାରେ ଜମନକିରା ବ୍ଲକ୍ ଫାଶୀମାଲ ପଂଚାୟତ ମହକୁମା ଖଲିଆଗୁଡା ପଡ଼ାର ମହେନ୍ଦ୍ର ବନଛୋରଙ୍କ ପତ୍ନୀ ମୀନା ବନଛୋର(୪୦) ଙ୍କ ମୃତ୍ୟୁ ଘଟିଛି। ଗତ ୧୮ ତାରିଖ ସକାଳେ ଚୁଲି ଜାଳୁ ଥିବା ବେଳେ ନିଆଁରେ ପୋଡ଼ି ହୋଇଥିଲେ।

ତାଙ୍କୁ ପ୍ରଥମେ ଫାଶୀମାଲ ଓ ପରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଘରେ ସ୍ଵାମୀ ମହେନ୍ଦ୍ର ସମେତ ଗୋଟିଏ ଝିଅ, ୨ଟି ପୁଅ ଅଛନ୍ତି।

ସମ୍ବନ୍ଧିତ ଖବର